ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର.
ଚିକିଟି, ୧୮/୨ ():ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କାର୍ଯ୍ୟାଳୟ ପରିଶରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଆୟୋଜିତ ଏହି ଶିବିରରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ l ଭିର୍ନକ୍ଷମ ମାନଙ୍କୁ ଆତ୍ମ ନିର୍ଭର ଓ ସକ୍ଷମ କରିବା ପାଇଁ ବିଭିନ୍ନ ପ୍ରଶିକ୍ଷଣ ଓ ସହାୟତା ପ୍ରଦାନ କରାଯାଏ l ଏଣୁ ସରକାର ଓ ସମାଜର ସହଯୋଗରେ ଏପରି କାର୍ଯ୍ୟକ୍ରମ ଆହୁରି ବିସ୍ତାର ପାଇଲେ ଭିନ୍ନକ୍ଷମ ଲୋକମାନେ ସାମର୍ଥ୍ୟ ପ୍ରଦାନ କରି ସମାଜର ଉନ୍ନତିରେ ଅଂଶ ନେଇପାରିବେ ବୋଲି ଶ୍ରୀମତୀ ସାମନ୍ତରା କହିଥିଲେ l ସଂମ୍ମାନିତ ଅତିଥିଭାବେ ଚିକିଟି ବିଡ଼ିଓ ବିବେକାନନ୍ଦ ମିଶ୍ର, ଏନ ଏ ସି କାର୍ଯ୍ୟନିର୍ବାହ ଅଧିକାରୀ ସିଦ୍ଧାର୍ଥ ସୋରେନ, ଚିକିଟି ସିଡିପିଓ ଭି ମଣିବାଳା ପ୍ରମୁଖ ମଂଚାସୀନ ଥିଲେ l ଉକ୍ତ ଶିବିରରେ ଉକ୍ତ ବ୍ଲକର ୧୭ ଟି ପଂଚାୟତର ସହ ସହ ମହିଳା, ପୁରୁଷ ଓ ଛୋଟ ଛୋଟ ଭିନ୍ନକ୍ଷମ ପିଲାମାନେ ଉପସ୍ଥିତ ଥିଲେ l ସେଥିମଧ୍ୟରୁ ୧୨୧ ଜଣ ପଞ୍ଜିକରଣ କରିଥିବା ବେଳେ ୨ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଦୁଇଟି ଟ୍ରାଇ ସାଇକେଲ, ଦୁଇ ଜଣକୁ ଚକିଆ ଚେୟାର, ତିନି ଜଣକୁ କିଟ, ଦୁଇଜଣକୁ ଅକ୍ଷମତା ପେନସନ ଓ ଏକ ଜଣକୁ କ୍ରଚ ବଣ୍ଟନ କରାଯାଇଥିବା ବେଳେ ୨୦ ଜଣଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ, ୧୫ ଜଣଙ୍କୁ କୃତ୍ରିମ ଅଙ୍ଗ ସମେତ ଅକ୍ଷମତା ପ୍ରମାଣ ପତ୍ର ପାଇଁ ଆବେଦନ କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି l ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜୟଦେବ ଚୌଧୁରୀ ସଂଯୋଜନା କରିଥିବେ ବେଳେ ବ୍ଲକର ସମସ୍ତ କର୍ମଚାରୀ ଓ ବ୍ଲକ BRT ତାରାପ୍ରସାଦ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
