ତିନି ଦିନିଆ ବର୍ଣାଳି (ଲିଙ୍ଗ ସମତା) ତାଲିମ ଅନୁଷ୍ଠିତ

ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଟିକାବାଲି ଠାରେ ତିନି ଦିନିଆ ବର୍ଣାଳି (ଲିଙ୍ଗ ସମତା) ତାଲିମ ଅନୁଷ୍ଠିତ ହୋଇଛି ଏଥିରେ ଉକ୍ତ ଅନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ଶିବରାମ ପଣ୍ଡା ଉଦ୍ଘାଟନ କରିଥିଲେ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରି ଜଗନ୍ନାଥ ସାହାଣୀ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ ନାୟକ ଉପସ୍ଥିତ ରହି ତାଲିମ୍ ର ଉଦେଶ୍ୟ ଲକ୍ଷ୍ୟ କୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାକାର କରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ l

ଏହି କାର୍ଯ୍ୟ କ୍ରମରେ ସମ୍ଭଳ ଶିକ୍ଷକ ଭାବେ ଶ୍ରୀ ରବି ନାରାୟଣ ସାହୁ , ଗୋପବନ୍ଧୁ ସେଠୀ ଏବଂ ଶିକ୍ଷୟିତ୍ରୀ ଭାବେ ଦିପ୍ତିମୟୀ ପାତ୍ର, ତାଲିମ୍ ପରିଚାଳନା କରିଥିଲେ, ସମାଜରେ ଲିଙ୍ଗ ସମତା ପ୍ରତିଷ୍ଠା ନିତ୍ୟାନ୍ତ ଆବଶ୍ୟକ ବୋଲି 40 ଜନ ଶିକ୍ଷକ ମତ ବ୍ୟକ୍ତ କରିଥିଲେ , ଶେଷ ଦିବସରେ ସମସ୍ତ ପ୍ରଶିକ୍ଷାର୍ଥଙ୍କୁ ଙ୍କୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଏବଂ ଶ୍ରୀମତୀ ବିନୋଦିନୀ ସlମଲ୍ ପ୍ରମାଣ ପତ୍ର ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *