ବ୍ଲକ ସ୍ଥରୀୟ ସମନ୍ୱୟ ମେଳା ଅନୁଷ୍ଠିତ, ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ଯୋଗ ଦେଲେ ବିଧାୟକ ସଂଜୀବ ମଲ୍ଲିକ
ଭଦ୍ରକ:୨୭/୧୦- ରାଜ୍ୟ ସରକାର ମହିଳା ସଶକ୍ତି କରଣକୁ ପ୍ରଭାବ ଶାଳୀ କରିବା ଦିଗରେ ମିଶନଶକ୍ତି ଜରିଆରେ ଅନେକ ଯୋଜନା ମାନ ପ୍ରଣୟନ କରୁଛନ୍ତି, ସେଥିପାଇଁ ଆଜି ଭଦ୍ରକ ଟାଉନ ହଲରେ ଭଦ୍ରକ ବ୍ଲକ ମିଶନ ଶକ୍ତିର ବ୍ଳକ ସ୍ତରୀୟ ସମ୍ୱନ୍ନୟ ମେଳା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ମେଳାରେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ଭଦ୍ରକର ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ,ପୂର୍ବତନ ବ୍ଲକ ଅଧକ୍ଷ ଓ ସାଂସଦଙ୍କ ପ୍ରତିନିଧି ମଳୟ ଜେନା, ବ୍ଲକ ଅଧକ୍ଷ ରଘୁନାଥ ଧଳ ପ୍ରମୁଖ ଉପସ୍ଥିତ ରହି ମେଳାର ଶୋଭାବର୍ଧନ କରିଥିଲେ ।ଏହି ମେଳାରେ ଭଦ୍ରକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ, ଭଦ୍ରକ ବ୍ଲକ ଜୀବିକା ମିଶନର ବିପିଏମ ରଶ୍ମିତା ନାୟକ, ଜିଲ୍ଲା ଡିପିଏମ ସଞ୍ଜୟ ବାରିକ ଙ୍କ ସମେତ ବ୍ଲକ ର କର୍ମକର୍ତା ମାନେ ସଭାକୁ ସୁପରିଚାଳିତ କରିବା ଳାଗି ସହଯୋଗ କରିଥିଲେ। ଏହି ମେଳାରେ ଅନେକ ବ୍ୟାଙ୍କର କର୍ମକର୍ତ୍ତା ଙ୍କ ସହିତ ମିଶନ ଶକ୍ତିର ଅନେକ ମହିଳା ମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ମହିଳାଙ୍କୁ ୧୬ କୋଟି ର ଋଣ ଦିଆଯିଵା ନେଇ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଓ ମହିଳା ସଶକ୍ତିକରଣ ଦିଗରେ ତାଙ୍କର ଆନ୍ତରିକତାକୁ ବଖାଣି ଥିଲେ ବିଧାୟକ ସଂଜୀବ ମଲ୍ଲିକ ।
