ବ୍ଲକ ସ୍ତରୀୟ ଏନର୍ଜୀ କ୍ଲବ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ।
ବଡ଼ଚଣା :ଯାଜପୁର ଜିଲ୍ଲା ବଡଚଣା ବ୍ଲକ, ବଡଚଣା ଶିକ୍ଷା ମଣ୍ଡଳ ଅଧୀନ ପି.ଏମ୍ .ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ଖଇରା ସଭା ଗୃହରେ ମଣ୍ଡଳ ସ୍ତରୀୟ ଏନର୍ଜୀ କ୍ଳବ କୁଇଜ୍ ପ୍ରତିଯୋଗିତା ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମଣ୍ଡଳ ସ୍ତରୀୟ ୬୨ ଟି ବିଦ୍ୟାଳୟର ମୋଟ୍ ୧୪୮ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଏହି ଶିକ୍ଷଣୀୟ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମରେ ବଡଚଣା ମଣ୍ଡଳ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ପୃଷ୍ଟି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗଦାନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା ୩ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବାଲିଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଜମଲ୍ ସିଦିକ୍ ପ୍ରଥମ, ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ,ବନ୍ତଳାର ଛାତ୍ରୀ ମଧୁସ୍ମିତା ମଲ୍ଲିକ ଓ ନେତାଜୀ ଉଚ୍ଚ

ବିଦ୍ୟାଳୟ,କାଇମାଟିଆର ଛାତ୍ରୀ ତନ୍ମୟୀ ସାହୁ ତୃତୀୟ ସ୍ଥାନ ଗ୍ରହଣ କରି ପୁରସ୍କୃତ ହେବା ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା ଓ ଏଥିସହିତ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ସୁ ପରିଚାଳନା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ଶିକ୍ଷୟିତ୍ରୀ ମାମିନା ଅନୁରଞ୍ଜନୀ,ଗୀତାଞ୍ଜଳି ସାହୁ, ପ୍ରଜ୍ଞା ପାରମିତା ସେଠୀ, ମମତାରାଣୀ ଖୁଣ୍ଟିଆ, ଦୀପ୍ତିମୟୀ ରାଉତ୍ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ସାହାଯ୍ୟ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶୈଳେଶ୍ କୁମାର ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
