ବ୍ଲକ ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ।
କନ୍ଧମାଳ ତା -୧୩/୦୭/୨୦୨୫ ରିଖ ଦିନ ଚକାପାଦ ବ୍ଲକ ବିରୁପାକ୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିନି ଜଣ ଶିକ୍ଷକ ,ଚାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ହୃଷିକେଶ ପ୍ରଧାନ,ତୋଟାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନବଘନ ସାହୁ,ସଦାପଦର ପ୍ରାଥମିକ ବିଦ୍ୟାଳୟ ର ଅନାଦି ଚରଣ ଧଳ, ଙ୍କୁ ବିଦାୟ ଦିଆଯାଇଛି ! ଏହି କାର୍ଯ୍ୟକ୍ରମ କୁସଭାପତି ଶାନ୍ତୁନୁ କୁମାର ପଟ୍ଟନାୟକ ମଞ୍ଚପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ନାୟକ,ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ଦିଗାଲ,ସଂପାଦକ ବିକ୍ରମ ଦିଗାଲ ଯୋଗଦେଇ ଥିଲେ ଓ ସମସ୍ତ କାର୍ଯ୍ୟ ନିର୍ବାହୀ ମେମ୍ବର ଉପସ୍ଥିତ ଥିଲେ l ଚକାପାଦ ବ୍ଲକ ର ୭ ଜଣ ସି ଆର ସି ସି ଓ ୬୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଶେଷରେ ସମସ୍ତ ଙ୍କୁ ସୁନନ୍ଦ ଦିଗାଲ ଧନ୍ୟବାଦ ଦେଇଥିଲେ ।
