ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳା ଅନୁଷ୍ଠିତ।

ରାଇକିଆ, ତା 15711/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାଙ୍ଗାନାଜୁ ପଡିଆ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷ ରୁ ମତ୍ସ୍ୟ ଓ ପଶୁ ସମ୍ପଦ ମେଳା ଅନୁଷ୍ଠିତ ହୋଇ ଯାଇଅଛି।ଏହି ମେଳା ରେ ସରକାର ଙ୍କ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ଉପରେ ଆଲୋକପାତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଘୁ ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ମଞ୍ଚାଷିନ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କା, ବ୍ଲକ ଅଧ୍ୟକ୍ଷା ଶ୍ରୀ ମତି ରିନା ପ୍ରଧାନ,ଏ.ବି.ଡି.ଓ ଦିବ୍ୟସିଂ କହଁର,ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଭାଗବତ ଘୋଷ, ଜିଲ୍ଲା ମସ୍ଚ୍ୟ ଅଧିକାରୀ ଡ଼ଃ ଦିଗ୍ ବିଜୟ ଗିରି,ବିଶ୍ୱରଂଜନ ରଥ,ଡ.ପୀୟୂଷ ସୋରେନ ଉପସ୍ଥିତ ରହିଥିଲେ।ମୁଖ୍ୟବକ୍ତା ଭାବେ ଡ.ଲମ୍ବୋଦର ମହାପାତ୍ର ଯୋଗଦେଇ ମତ୍ସ୍ୟ ଓ ପଶୁ ପାଳନ ସହ ସରକାର ଦେଉଥିବା ବିଭିନ୍ନ ସବସୀଡି,ଓ ବୀମା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସଫଳ ମହିଳା ଓ ପୁରୁଷ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଚାଷୀମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।.ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାଗୁଡ଼ିକୁ ଗ୍ରାମାଞ୍ଚଳ ସ୍ତରକୁ ପହଞ୍ଚାଇ ଚାଷୀ ଓ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା।ମେଳାରେ ମତ୍ସ୍ୟ ଚାଷ, ପଶୁପାଳନ ଓ ସମ୍ପର୍କିତ ପ୍ରଦର୍ଶନୀ ଆୟୋଜନ କରା ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ବ୍ଲକ ପ୍ରାଣୀ ଚିକିତ୍ସକ ସ୍ବସ୍ତି ସଂଘମିତ୍ରା ଦଳେଇ ପରିଚାଳନା କରିଥିବା ବେଳେ ଅତିରିକ୍ତ ମସ୍ଚ୍ୟ ଅଧିକାରୀ ରୋଜାଲିନ ଦାସ ମଞ୍ଚ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *