ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଟିତ

ସୋରଡ଼ା:ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ମସ୍ୟ ଓ ପ୍ରାଣୀ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା, ମୃତ୍ତିକା ସରଣକ୍ଷଣ ,ଉଦ୍ୟାନ କୃଷି ଓ କୃଷକ ଗୋଷ୍ଠୀ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଈଅଛି।ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବିଶ୍ୱ ରଞ୍ଜନ ଜେନା, ମସ୍ୟ ସମ୍ପ୍ରସାରଣ ଅଧିକାରୀ ତାରକେସ୍ୱର ରାଓଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ବିଧାୟକ ନୀଳମଣି ବିଷୋୟୀ,ଜିଲ୍ଲା ସହକାରୀ ମସ୍ୟ ଅଧିକାରୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଗଣେଶ ଚନ୍ଦ୍ର ମହାନ୍ତି ,ଏନ ଏ ସି ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ସାଂସଦ ପ୍ରତିନିଧି ସୀମାଞ୍ଚଳ ଅଧିକାରୀ, କାଉନସିଲର ରଜନୀକାନ୍ତ ମହାପାତ୍ର,ମଣ୍ଡଳ ସଭାପତି ସୀତାରାମ ପାତ୍ର ଆଦି ମଞ୍ଚସିନ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା କୁ ତୃଣ ମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ସହିତ ଗ୍ରାମ୍ୟ ଜୀବନକୁ ଅଭିବୃଦ୍ଧି ପାଇଁ ବିଭିନ୍ନ ଗ୍ରାମର କୃଷି ଗୋଷ୍ଠୀ ମାନଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା ସହ ରୋଜଗାରର ପନ୍ଥା ଆପଣାଇବା ନେଇ ସରକାରଙ୍କ ଆର୍ଥିକ ସହାୟତା ଦିଆଯାଇ ସେମାନଙ୍କ ଅବିବୃଦ୍ଧି ଓ ଚାଷର ଉର୍ଣ୍ଣଟି ନେଇ ଆଲୋଚନା କରାଯାଇଛି।ଅନୁରୂପ ଭାବେ ସୋରଡ଼ା ମାଛଚାଷ କ୍ଷେତ୍ରରେ ରାଜ୍ୟରେ ବିଶେଷ ପରିଚୟ ସୃଷ୍ଟି କରିଥିବା ବେଳେ ଆୟତନ ଅନୁସାରେ ଉତ୍ପାଦନ କମୁଥିବା ଓ ମସ୍ୟ ଚାଷୀ ମାନେ ଦାଦନ ଯିବା ସମସ୍ୟା ଦୋହରାଇ ଏହି ଜଳଭଣ୍ଡାରର ସୁ ବ୍ୟବସ୍ଥିତ ଓ ଜଂହାଳ ଉତ୍ପାଦନ କେନ୍ଦ୍ରଟିଏ ହେଲେ ଚାଷୀ ଉର୍ଣ୍ଣତ ହେବେ ଯାହା ସହିତ ଏଥିପାଇଁ କାର୍ୟ୍ଯ କରୁଥିବା ଚାଷୀ ଓ ଚାଷୀଗୋଷ୍ଠୀ ମାନଙ୍କ ସ୍ୱାବଲମ୍ବନ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଠିକ ଉପାଦେୟତା ପହଂଚି ପାରିବ ବୋଲି କହିଛନ୍ତି କାଉନସିଲର ରଜନୀ କାନ୍ତ ମହାପାତ୍ର।ଏହା ସହିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ସବିଶେଷ ତଥ୍ୟ ସହିତ ପଶୁ ପାଳନ ଆଦି କରି ଅଣ୍ଡା, କ୍ଷୀର କମ୍ପୋଷ୍ଟ ଆଦି ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ତଥ୍ୟ ଉପସ୍ଥିତ ସଦସ୍ୟଙ୍କୁ ପ୍ରଦାନ କରାଯାଇଛି।

ଓ କିଛି ଉପକୃତ ହୋଇ ସ୍ୱାବଲମ୍ବୀ ହୋଇଥିବା ଚାଷୀଙ୍କୁ ମାନପତ୍ର ଉପଢୌକନ ଓ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଇଛି ଏତଦ୍ବ୍ୟତୀତ ଅନେକ ଚାଷୀଙ୍କୁ ବିଭିନ୍ନ ଚାଷ ପାଇଁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି । ସୋରଡ଼ା ଅଞ୍ଚଳର 520 ମହିଳା ଚାଷୀ ଓ କୃଷକ ସାଥି ଆଦି ଯୋଗ ଦେଇ ନିଜ ଜିଲ୍ଲାର ମନ୍ତ୍ରୀ ତଥା ପଶୁ ପାଳନ ମନ୍ତ୍ରୀଙ୍କ ଏହି ନିଆରା ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିଲେ l ତଃ ପ୍ରିୟଙ୍କା ଷତଙ୍ଗୀ ଓ ବିଜୟ ଲକ୍ଷ୍ମୀ ଖୁଣ୍ଟିଆ ଏବଂ ପ୍ରଣିଧନ ନିରୀକ୍ଷକ ସିମଞ୍ଚଳ ଗୌଡ ,ସନ୍ତୋଷ ପତ୍ର ,ଅଜିତ କୁମାର ନାୟକ, ରବି ନାରାୟଣ ପଣ୍ଡା, ସରୋଜ ତ୍ରିପାଠୀ ,ନିରଞ୍ଜନ ମହାରଣା ,ନିଲୁ ନାୟକ ,ପ୍ରୀତି ରଞ୍ଜନ ସାହୁ ,ପ୍ରମୋଦ କୁମାର ଗୌଡ ଓ ସୁନିଲ କୁମାର ପଣ୍ଡା ଆଦି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *