ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫
ଏରସମା, ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ ମୁଖ୍ୟାଳୟରେ ଶନିବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା – ୨୦୨୫ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ବାଲିକୁଦାଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା କହିଲେ ଏରସମା ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଯୋଜନା ଏଠାରେ ସଫଳ ହେବ ବୋଲି କହିଥିଲେ l ମୁଖ୍ୟ ବକ୍ତା ଜିଲ୍ଲାପାଳ ଜେ ସୋନାଲ କହିଲେ ଏରସମାର ମାଟି ସ୍ୱାଧୀନତା ସଂଗ୍ରାମର ମାଟି l ଏହି ଉପକୂଳ ଅଞ୍ଚଳର ଚାଷୀ ଏହି ଯୋଜନା ଦ୍ୱାରା ନିଶ୍ଚୟ ପ୍ରଭାବିତ ହେବ କହିଥିଲେ l ଏଥିରେ ସ୍ଥାନୀୟ ବିଡ଼ିଓ ଦାଶରଥି ଜେନା ସ୍ୱାଗତ ଅଭିଭାଷଣ ଦେବା ପରେ ସଭା ଆରମ୍ଭ କରାଯାଇଥିଲା l

ଏଥିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଉନ୍ନୟନ ଅଧିକାରୀ ରବି ନାରାୟଣ ଜେଠୀ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା,ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ରାନୀ ଟୁଡୁ ପ୍ରମୁଖ ଉପସ୍ଥିତ ହୋଇ ଚାଷୀଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ଆନନ୍ଦ ପ୍ରଧାନ, ସୁନିତା ମହାରଣା, ମଣିକୁଣ୍ଡଳ ଗ୍ରାମର ମା ସରସ୍ବତୀ ଏସଏଚଜି, ସୌରଭ ପଟ୍ଟନାୟକ, ତ୍ରିଲୋଚନ ମଣ୍ଡଳ, ଅର୍ଚ୍ଚନା ରାଉତରାୟ, ଦୀପକ ସ୍ୱାଇଁ ପ୍ରମୁଖ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ ସ୍ୱୟଂ ସହାୟିକା ଦଳ ପକ୍ଷରୁ କରାଯାଇଥିବା ପ୍ରଦର୍ଶନୀକୁ ଅତିଥିମାନେ ବୁଲି ଦେଖି ଥିଲେ l ଏଥିରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ଜେଠୀ, ସମିତି ସଭ୍ୟ ଧନଞ୍ଜୟ ସାହୁ, ଗ୍ରାମବାସୀ ସହଯୋଗ କରିଥିଲେ l ଶେଷରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଧନ୍ୟବାଦ ଦେଇଥିଲେ l
