ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଶେରଗଡ଼ ଠାରେ ଅନୁଷ୍ଠିତ ହୋଇଛି।

ଶେରଗଡ଼ -୨୬/୧୧/ଶେରଗଡ ଠାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ମେଳାରେ ମତ୍ସ୍ୟ ,ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟକ୍ରମର ପ୍ରଦର୍ଶନୀ ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର ହୋଇ ଥିଲା। ସରକାରଙ୍କ ଚାଷୀ ମାନଙ୍କ ହୋଇ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଷୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ଅନିତା ଶୁଭର୍ଦଶନି

ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ବିଧାୟକ ପ୍ରତିନିଧି ଦିଗାମ୍ବର ନାହକ, ମତ୍ସ୍ୟ ଉପନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ବେହେରା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଭଞ୍ଜନଗର ଡଃ ଗଣେଶ ଚନ୍ଦ୍ର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୃପ୍ତି ମୟୀ ଜେନା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଞ୍ଜନ କୁମାର ଦାସ, ଗୋଷ୍ଠୀ ପ୍ରାଣୀ ଅଧିକାରୀ ଦୁର୍ଗା ପ୍ରସାଦ ହୋତା ଓ ସହକାରୀ ମତ୍ସ୍ୟ ଅଧିକାରୀ ଦୁବରାଜ ଭୋଇ ମଞ୍ଚାସିନ ଥିଲେ। ଅତିଥି ମାନେ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *