ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ (ଗଁଦିଆ ବ୍ଳକ, ଢେଙ୍କାନାଳ)
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ର ମିନି ଷ୍ଟାଡିୟମରେ ବ୍ଳକ ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ଆଡ଼ମ୍ବର ସହକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଁଦିଆ ପବିତ୍ର କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ପାଳନ କରାଯାଇଅଛି। ମୁଖ୍ୟ ଅତିଥି ଭାବେ ଗଁଦିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷା ରିନା ରାଣୀ ଖଟୁଆ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଙ୍କ ପ୍ରତିନିଧି ତଥା ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ରତିକାନ୍ତ ସାହୁ ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇଥିଲେ। ଉଭୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସ୍ବାଧିନତା ଦିବସ ର ତାତ୍ପର୍ଯ୍ୟ ବିଷୟରେ ଉଦ୍ ବୋଧନ ଦେଇଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରବିନାରାୟଣ ପରିଡ଼ା ପ୍ୟାରେଡ୍ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆରକ୍ଷୀ ଉପ ଅନୁନିରୀକ୍ଷକ, ଅଗ୍ନିଶମ ନିରୀକ୍ଷକ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପଞ୍ଚାୟତ ସମିତି ଗଁଦିଆ ର ସମସ୍ତ ଅଧିକାରୀ ଉପସ୍ଥିତ ହୋଇ ଥିଲେ। କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି 🏆 ପ୍ରଦାନ କରାଯାଇଥିଲା। ପ୍ୟାରେଡ୍ ରେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଖଣ୍ଡେ ଗାଇଡସ୍ ଚାମ୍ପିଅନ ହୋଇ ପୁରସ୍କୃତ ହୋଇଥିଲେ।
