ପୁରୁଷୋତ୍ତମପୁର ପିଏମ ଶ୍ରୀ ନରସିଂହ ଦାସ ହାଇସ୍କୁଲରେ ବ୍ଳକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

ପୁରୁଷୋତ୍ତମପୁର ପିଏମ ଶ୍ରୀ ନରସିଂହ ଦାସ ହାଇସ୍କୁଲରେ ବ୍ଳକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ।
ଗଞ୍ଜାମ ୨୭/୧/୦୬ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ୭୭ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଧୁମଧାମ ରେ ପାଳନ କରାଯାଇଛି ।ସେହିଭଳି ପୁରୁଷୋତ୍ତମପୁର ସହର ପିଏମ ଶ୍ରୀ ନରସିଂହ ଦାଶ ହାଇସ୍କୁଲ ପରିସରରେ ବ୍ଳକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କମିଟିର ଆବାହକ ପ୍ରଫୁଲ୍ଲ କୁମାର ରଥଙ୍କ ସଂଯୋଜନାରେ ଏବଂ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ପାଳନ କରାଯାଇଛି ।ମୁଖ୍ୟବକ୍ତା ଭାବେ ସୁଜିତ କୁମାର ନାୟକ (ଏସଡିପିଓ) ଯୋଗ ଦେଇଥିବା ବେଳେ ସମ୍ନାନନୀୟ ଅତିଥି ଭାବେ ଏନଏସି ନଗରପାଳ କୃଷ୍ଣ ଚନ୍ଦ୍ର ପଣ୍ଡା , ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଶିକ୍ଷାବିତ ଏ ରାଜୁ ଗୋପାଳ ରାଓ ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ ସହ ସାମୁହିକ ରାଷ୍ଟ୍ରଗାନ କରାଯାଇଥିବା ବେଳେ, ବିଭିନ୍ନ ବିଦ୍ୟାଳୟର ଏନ୍‌.ସି.ସି.,ସ୍କାଉଟ ଓ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ପ୍ୟାରେଡ୍ ହୋଇଥିଲା ।ମଞ୍ଚାସୀନ ଅତିଥିବୃନ୍ଦ ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଐତିହାସିକ ମହତ୍ତ୍ୱ, ନାଗରିକଙ୍କ କର୍ତ୍ତବ୍ୟ ଓ ସମ୍ବିଧାନର ମୂଲ୍ୟବୋଧ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପୁରୁଷୋତ୍ତମପୁର ସେବା ସାମ୍ବାଦିକ ସଂଘ ସଂପୂର୍ଣ୍ଣ ପରିଚାଳନା ଦାୟିତ୍ୱ ନେଇ ଥିବା ବେଳେ ଆର.ଟି ହାଇସ୍କୁଲ ଏସୋସିଏଟ ଏନସିସି ଅଫିସର କାଳୁ ଚରଣ ମହାଙ୍କୁଡ ପେରେଡ ଦାଇତ୍ୱ ନେଇଥିଲେ |


ବିଶେଷ ଭାବେ ସ୍ଥାନୀୟ ତହସିଲଦାର ଶ୍ରୀ ବିନୋଦ କୁମାର ବେହେରାଙ୍କ ଉଚିତ୍ ପରାମର୍ଶ ଓ ମାର୍ଗଦର୍ଶନ କ୍ରମେ ଆଜିର ବ୍ଲକ୍ ସ୍ତରୀୟ ସ୍ଵାଧୀନତା ଦିବସ ସ୍ଥାନୀୟ ପି ଏମ୍ ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସହରବାସୀଙ୍କ ସାହାଯ୍ୟ ଓ ସହଯୋଗରେ ପାଳନ କରାଯାଇଥିବା ନେଇ ଖୁସି ପ୍ରକଟ କରିଛନ୍ତି ।ଏହି ବ୍ଲକ୍ ର ପ୍ରାୟ ୨୦ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସଫଳତା ହୋଇଥିବା ପ୍ରାୟ ୧୨୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ ହୋଇ ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଥିବା ସମସ୍ତ ଅତିଥିବୃନ୍ଦ ,ଛାତ୍ରଛାତ୍ରୀ , ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଭୂୟସୀ ପ୍ରଶଂସା କରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ଲଛମନ ନାୟକ,ଡ଼କ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ପାଢ଼ୀ,ଶ୍ରୀ ହରି, ଟୁଲୁ ପଟ୍ଟନାୟକ,ସନ୍ତୋଷ ବେହେରା, ପ୍ରହଲ୍ଲାଦ ସାହୁ , ଦେବାଶିଷ ମହାରଣା ଶ୍ରୀ ଶ୍ରୀ ମା କନକା ଅଟୋ ମୋବାଇଲ ସଂଘ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବ୍ଯକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *