ବ୍ଲକ୍ ସ୍ତରୀୟ ଆସ ଆମେ ସ୍କୁଲ୍ ଯିବା ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ

ମୁରିବାହାଲ୍: ୧୯.୦୯.୨୦୨୫ (ଶୁକ୍ରବାର) ଦିନ ମୁରିବାହାଲ୍ ବ୍ଲକ୍ ସ୍ତରୀୟ ଆସ ଆମେ ସ୍କୁଲ୍ ଯିବା ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ ମୁରିବାହାଲ୍ ଅଧିନସ୍ତ ପଙ୍ଗନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୁନି କୁନି ଛାତ୍ର,ଛାତ୍ରୀଙ୍କୁ ନେଇ ବିଦ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିଭ୍ରମଣ ପଦଯାତ୍ରା କରାଯାଇ ଲୋକମାନଙ୍କୁ ସଚେତନତା ପ୍ଲା କାର୍ଡ୍ ବଣ୍ଟନ ତଥା ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା l ଏହି ପଦଯାତ୍ରା ସାରିବା ପରେ ମାତୃ,ପିତୃ ଅଭିଭାବକ ଏବଂ ଗ୍ରାମର ଭଦ୍ର ମଣ୍ଡଲୀଙ୍କୁ ନେଇ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଚେତନତା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହି ସଭାକାର୍ଯ୍ୟଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରିବାହାଲ ବାସନ୍ତୀ ସେଠି ମହୋଦୟାଙ୍କ ସଭାପତିତ୍ୱ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମନ ଶାନ୍ତନୁ କୁମାର ପଢ଼ିହାରୀ ମହୋଦୟଙ୍କ ମିଳିତ ଆବାହନରେ ପରିଚାଳିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ହରିବନ୍ଧୁ ମେହେର ସମ୍ମାନୀୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାନ ସଭା ସଦସ୍ୟଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଗଙ୍ଗାଧର ହେର୍ଣ୍ଣା, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝୀ, ମୁରିବାହାଲ୍ ସରପଞ୍ଚ ଶ୍ରୀ ବିଶ୍ୱ ବିହାରୀ ଯୋଶୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ମନୋଜ୍ କୁମାର ନାଗ୍, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାଶ୍ ଚନ୍ଦ୍ର ଭୋଇ, ବିଦ୍ୟାଳୟର ପ୍ରଧାନ୍ ଶିକ୍ଷକ ଶ୍ରୀଯୁକ୍ତ ତରୁଣ ସିଂ ଦୀପ୍ ମଞ୍ଚାସୀନ ରହି ବିଦ୍ୟାଳୟରୁ ପାଠ ଛାଡି ଥିବା ଛାତ୍ର ଛତ୍ରୀ ଙ୍କୁ ମୁଖ୍ୟସ୍ରୋତ କୁ ଆଣିବା ନିମନ୍ତେ ଅନେକ ପ୍ରକାର ପ୍ରେରଣା ଦାୟକ ବାର୍ତ୍ତା ତଥା ଏହାର ସୁବିଧା ସୁଯୋଗ ଉପରେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଲୋକଙ୍କୁ ଅବଗତ କରିଥିଲେ l ଏହି କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ସ୍ରୋତକୁ ଅଣାଯାଇଥିବା ଦୁଇ ଜଣ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସଭାରେ ମୁରିବାହାଲ୍ ବ୍ଲକ୍ ଅଧୀନସ୍ତ ସମସ୍ତ ୧୨ ଗୋଟି କ୍ଲଷ୍ଟର୍ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହିଥିଲେ l ସଭାକାର୍ଯ୍ୟ ସଂଯୋଜନା ଶ୍ରୀଯୁକ୍ତ ବାସୁଦେବ ସେଠିଆ ତୁଲାଇଥିବା ବେଳେ ସି.ଆର୍.ସି.ସି ଶ୍ରୀଯୁକ୍ତ ପଦ୍ମଲୋଚନ୍ ତାଣ୍ଡି ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ୲

Leave a Reply

Your email address will not be published. Required fields are marked *