ବ୍ଲକ ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

ସୋରଡ଼ା 25/02/2025() ସୋରଡ଼ା ବ୍ଲକ ଅନ୍ତର୍ଗତ ଖରୀଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଏକ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା 2025 ଅନୁଷ୍ଠିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଟିଶିକ୍ଷା ଅଧିକାରୀ ସ୍ଥାନୀୟ ବିଧାୟକ ପ୍ରତିନିଧି ବଡ଼ଗଡ଼ ହାଡୁସରବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସ୍ଥାନୀୟ ସରାବାଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏହି ଅନୁଷ୍ଠାନର ସଭାପତି ବିଦ୍ୟାଳୟର ପ୍ରଧାନଶିକ୍ଷତ୍ରି ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ଏହି ଯୋନ ଜିଲ୍ଲା ପରିଷଦ ପ୍ରତିନିଧି , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ ଅତିଥି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ସ୍ଥାନୀୟ 16ଟି କ୍ଲସ୍ତରର ସରଳ ଶିକ୍ଷଣ ପଦ୍ଧତି ଓ ଉପକରଣ ଆଦି ଶିକ୍ଷକ ଓ ଶିକ୍ଷୟିତ୍ରୀ ସହିତ ଉଛ।ହି ଛାତ୍ରଛାତ୍ରୀ ଉପସ୍ଥିତ ରହିବା ସହ ଛାତ୍ର ଛାତ୍ରୀ ନୃତ୍ୟ,ଚିତ୍ରାଙ୍କନ,ହସ୍ତକଳା ଓ ନିପୁଣ କାରିଗରୀ ଆଦି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଯାହାକି ଶିକ୍ଷାର ଗୁଣାତ୍ମକ ମାନ ଅଭିବୃଦ୍ଧି ସହିତ ଶିକ୍ଷାର ମାନ ବୃଦ୍ଧି ପାଇଁ ନୂଆଁ ପ୍ରୟାସ ନିପୁଣ ଓଡ଼ିଶାର ସନ୍ଦର୍ଭ ପତ୍ର ବଣ୍ଟନ ସହିତ ଶପଥପାଠ କରାଯାଇଛି ଓ ଏହିଥିରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କାର ପ୍ରଦାନ ମଧ୍ୟ କରିଥିଲେ। ପିଲାମାନେ କିପରିଉନ୍ନତି କରିବା ସହ ଆଗକୁ ବଢ଼ିଁବେ ଓ ଅନନ୍ୟ ଶିକ୍ଷା ଉପକରଣ ବେଶ ସହାୟକ ହେବା ଉପରେ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟା ରଖିଥିଲେ। ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରମାଣ ପତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲେ।ଏଥିରେ ସି ଆର ସି ସି କାଂହୁ ଚରଣ ପ୍ରଧାନ ସଂଯୋଜନା କରିଥିବା ବେଳେ ସମସ୍ତ କ୍ଲଷ୍ଟରର CRCC ମାନେ ସୁଚାରୁ ରୁପେ ପରିଚାଳନା କରିଥିଲେ। ଏହି ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶି୍ଷୟିତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏ ବି ଓ ଶ୍ରୀ ମତି ପାତ୍ର କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ।

Leave a Reply

Your email address will not be published. Required fields are marked *