ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି

ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି
(ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପ୍ରହସନ ପାଲଟିଛି)

ସାନଖେମୁଣ୍ଡି :-୧୦/୦୬ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଆଜି ଅନୁଷ୍ଠିତ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ବିକଳ ଚିତ୍ର ସାମନାକୁ ଆସିଛି । ମିଶନ ଶକ୍ତି ବିଭାଗ ଓଡ଼ିଶା ସରକାର ଜୀବିକା ମିଶନ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିନ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପାଇଁ ଧାର୍ଯ୍ୟ ସମୟ ରହିଥିବା ଅଂଶ ଗ୍ରହଣ କରୁଥିବା ପ୍ରତି ମହିଳା ଗୋଷ୍ଠୀଙ୍କ ପକ୍ଷରୁ ୩ ଜଣ ମହିଳା ସଦସ୍ୟଙ୍କୁ ସେମାନଙ୍କ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତି ପାଇଁ ସ୍ଥାନୀୟ ପ୍ରଶାସନ ଉପଯୁକ୍ତ ଭିତ୍ତିଭୂମି ଯୋଗାଇଦେବା, ରନ୍ଧନ ଗ୍ୟାସ , ରନ୍ଧା ପ୍ରସ୍ତୁତି ପାଇଁ ଉପଯୁକ୍ତ ପରିବେଶ ସ୍ଵତନ୍ତ୍ର ରନ୍ଧାଶାଳ ବ୍ୟବସ୍ଥା କରିବା , ସେମାନଙ୍କୁ ବାସନ କୁଶନ ଆଦି ଯୋଗାଇ ଦୁଇ ଘଣ୍ଟାର ପ୍ରସ୍ତୁତି ସମୟ ଦେବା ନିୟମ ଧାର୍ଯ୍ୟ ହୋଇଥିବା ବେଳେ ସାନଖେମୁଣ୍ଡିରେ ଆୟୋଜିତ ଏହି ବ୍ଲକ୍ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପକ୍ଷରୁ ତିନିଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଦର୍ଶନୀ ସ୍ଥଳରେ ସେମାନଙ୍କ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିବା ନିୟମ ରହିଥିଲା ବେଳେ ମହିଳା ଗୋଷ୍ଠୀ ସେମାନଙ୍କ ଘରେ ପ୍ରସ୍ତୁତ କିଛି ଖାଦ୍ୟ ସାମଗ୍ରୀ ଏବଂ ପାରମ୍ପରିକ ଖାଦ୍ୟ ବଦଳରେ ଦୋକାନ ହୋଟେଲରେ ମିଳୁଥିବା ମିଠା ସାମଗ୍ରୀ ଆଣି ଏହି ଆୟୋଜିତ ପ୍ରଦର୍ଶନୀ ଷ୍ଟଲରେ ରଖିଥିବା ଦେଖିବାକୁ ମିଳିଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କଲେ ଅଯୌକ୍ତିକ ଭାବେ ଉତ୍ତଦେଉଛନ୍ତି । ସାନଖେମୁଣ୍ଡିରେ ହେଉଥିବା ଏଭଳି ମହିଳା କୈନ୍ଦ୍ରିକ ସଚେତନା ଜନିତ କାର୍ଯ୍ୟକ୍ରମ ଯେନତେନ ପ୍ରକାରେଣ କାମଚଳା ଫଟୋ ଉଠା କାର୍ଯ୍ୟକ୍ରମ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି।
ମହିଳା ସଶକ୍ତିକରଣ ନାଁରେ ସାନଖେମୁଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ସରକାର ,ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ଅଞ୍ଚଳବାସୀ ଓ କିଛି ନିର୍ବାଚିତ ଜନପ୍ରତିନିଧି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *