ବ୍ଲକ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରେ ଯୋଗ ଆସ୍କା ସାଂସଦ

ବ୍ଲକ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରେ ଯୋଗ ଆସ୍କା ସାଂସଦ

ସୋରଡ଼ା :୨୯/୧୧/୨୫ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଯାପିତ ହୋଇ ଯାଇଛି।ଆଜିର ଏହି କ୍ରୀଡା ଉଦ୍ୟ।ପନି ଉଛବକୁ ସ୍ଥାନୀୟ ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ଏନ ଏ ସି ସାଂସଦ ପ୍ରତିନିଧି ସୀମାଞ୍ଚଳ ଅଧିକାରୀ,ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ, ଉଦଘାଟନ କରିଥିଲେ।ବଡ଼ବଡ଼ ହାଡୁ ସରାବ ଖେଳ ପଡିଆରେ କ୍ରିକେଟ ଓ ବାଞ୍ଛାନିଧି ଖଡଙ୍ଗା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଖୋଖ ଓ କବାଡି ପ୍ରତିଯୋଗିତା ବ୍ଲକ କର୍ତ୍ତୃପକ୍ଷ ଆୟୋଜନ କରିଥିବାବେଳେ ଏହି କ୍ରୀଡାରେ ସୋରଡ଼ା ବ୍ଲକର ସବୁ ପଂଚାୟତରୁ 240ଟି ଦଳ ବିଭିନ୍ନ ଖେଳ ପାଇଁ ଆବେଦନ କରିଥିବା ବେଳେ 90ଟି ଦଳ କ୍ରିକେଟ,48 ଦଳ ଭଳିବଲ,38 ଦଳ କବାଡି, 23ଟି ଦଳ ଖୋଖ,7ଟି ଦଳ ଫୂଟ ବଲ ରଙ୍ଗୋଲି ଆଦି ପାଇଁ ଆବେଦନ କରିଥିବା ବେଳେ ଅଞ୍ଚଳର ମହିଳା କବାଡିରେ ପ୍ରକାଶ ଚନ୍ଦ୍ର ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ଚମ୍ପିୟାନ ହୋଇ ଥିବା ବେଳେ ଗେଞ୍ଜାଗ୍ରାମ ପଞ୍ଚାୟତ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ଖେଳ ପାଇଁ ଢେର ପ୍ରଶଂସା କରିଥିଲେ ସଂସଦା ।

ପରିପ୍ରେକ୍ଷୀରେ ଅନ୍ୟ ପ୍ରତିଯୋଗିଙ୍କୁ ମଧ୍ୟ ପୁରସ୍କୃତ କରିଥିବା ବେଳେ ଏହି ସଫଳ କାର୍ଯ୍ୟକାରୀ ପାଇଁ ପୋଲିସ, ଅଗ୍ନିଶମ, ଜନସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିଭାଗ ଅଧିକାରୀ ମାନେ ସହଯୋଗ କରୁଥିବା ବେଳେ ଖେଳ ଶିକ୍ଷକ ମାନେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ଖେଳର ଶୈଳୀ ଓ ପ୍ରସ୍ତୁତ ସହିତ ବିଭିନ୍ନ ଅନୁଷ୍ଠାନ ମାନଙ୍କ ସହଯୋଗରେ ସଫଳତାର ସହିତ ସମ୍ପର୍ଣ୍ଣ ହୋଇଛି।ଏହି କାର୍ଯ୍ୟକ୍ରମକୁ ସୋରଡ଼ା ଗୋଷ୍ଟୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର,କ୍ରୀଡା ଅଧିକାରୀ ତଥା ସମାଜ ମଙ୍ଗଳ ଅଧିକାରୀ ଅଜିତ କୁମାର ବେହେରା,ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ତଥା ଅମୃତୁଲୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅଧିକାରୀ ସଂଜୀବରାଜ ସେନାପତି, ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, ପୋଲିସ ଅଧିକାରୀଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ, ଓ ମହିଳା ଓ ଶିଶୁ ବିକାଶ ଅଧିକାରୀ ସରୋଜିନୀ ବେହେରା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଗ୍ରାମାଞ୍ଚଳରେ ଯୁବକମାନଙ୍କୁ ଅଧୀକ ସଚେତନ କରାଈବା ସହିତ ସରକାର ଖେଳକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ମତ କହିଛନ୍ତି ସାଂସଦ।

Leave a Reply

Your email address will not be published. Required fields are marked *