ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ, ଯୋଗଦେଲେ ବିଧାୟକ ।
Date – 10/01/26Place- ସୋରଡା – ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରଣି ପ୍ରଭାତୀ ମହାପାତ୍ର ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସୁପରିଚାଳନା , ପଞ୍ଚ ସଖା ଶିକ୍ଷା, ମଧ୍ୟର୍ଣ୍ଣ ଭୋଜନ, ଉଡାଇଜ କୋଡ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଆଦି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ 209 ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେଶ କୁମାର ସାହୁଙ୍କ ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ମହୋଦୟ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭମାରମ୍ଭ ସହ ଏହି ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଜସେଫ ପରଂବିଲି ଏବଂ ପ୍ରଧାନ ଶିକ୍ଷକ ସୁରେଶ ବଳିଆରସିଂ ଆଦିଙ୍କ ସହକରିଥିଲେ CRCC ଯୋଗ ଦେଇଥିଲେ ।ବିଧାୟକ ନୀଳମଣି ବିଷୋୟୀଙ୍କ ନିଜ ଜୀବନର ଶୈଳୀ ଓ ଶିକ୍ଷକତା ସମୟର ଅନୁଭୂତି ଓ ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରଣୀ ପ୍ରଭାତୀ ମହାପାତ୍ର ମହୋଦୟ ଜିଲ୍ଲା ବିଜ୍ଞାନ ନିରୀକ୍ଷଣ ଅଧିକାରୀ ରାମଚନ୍ଦ୍ର ମହାରଣା ଉପସ୍ଥିତ ରହି ଉକ୍ତ ସମ୍ମିଳନୀର ଆଭିମୁଖ୍ୟ ପ୍ରଦାନ କରିଥିଲେ।
