ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ

ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ

ଦଶପଲ୍ଲା, 25/08
ସରକାରଙ୍କ ନିୟମ ଅନୁଯାୟୀ ପ୍ରତି ମାସରେ ଥରେ ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ. ସେଥିରେ ସାଧାରଣ ଲୋକଙ୍କ ଯେଉଁ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଆସିବ ତାକୁ ପ୍ରଶାସନ ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରିବ. ତଦନୁଯାୟୀ ସୋମବାର ଦିନ ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା . ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ଯୋଗୁଁ ଉପ ଜିଲ୍ଲା ପାଳ, ପ୍ରକଳ୍ପ ନିର୍ଦେଶକ, ପୋଲିସ ଏସ ଡ଼ି ପି ଓ, ସି ଡ଼ି ଏମ ଓ, ସି ଡ଼ି ପି ଓ, ବି ଇ ଓ ପ୍ରମୁଖ ଉପସ୍ଥିତ ଥିଲେ . ଶିବିରରେ ମୋଟ 129 ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା. ତନ୍ମଧ୍ୟରୁ ବ୍ୟକ୍ତିଗତ 106 ଗୋଟି, ଗ୍ରାମ ସମସ୍ୟା 17ଗୋଟି, ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ରୁ ଅନୁଦାନ ପାଇଁ 06 ଗୋଟି ଦରଖାସ୍ତ ମିଳିଥିଲା. ଶିବିରରେ ତୁରନ୍ତ 43ଗୋଟି ସମସ୍ୟାର ସମାଧାନ କରାଯାଇଥିଲା. ଅବଶିଷ୍ଟ ଦରଖାସ୍ତ ଗୁଡିକୁ ସମ୍ପୃକ୍ତ ବିଭାଗ କୁ ପଠାଇ ଦିଆ ଯାଇ ଥିବା ଦଶପଲ୍ଲା ବି ଡ଼ି ଓ ଙ୍କ ଠାରୁ ଜଣା ଯାଇଛି .ତେବେ ଗୋଟିଏ ଗୋଟିଏ ଅଭିଯୋଗ ନେଇ କିଛି ଲୋକ ବାରମ୍ବାର ଆସୁଥିବା ଦେଖା ଯାଉଛି . ସେ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଉତ୍ତର ନଥିବା ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି .

Leave a Reply

Your email address will not be published. Required fields are marked *