ଧରାକୋଟ ରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ.

ଧରାକୋଟ,6/9/25ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଅଭିଯାନ ର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଡ ରବୀନ୍ଦ୍ର ନାଥ ମଲାଣ,ତହସିଲଦାର ଲମ୍ବୋଦର ମାରାଣ୍ଡି, ଭାରପ୍ରାପ୍ତ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ରେଞ୍ଜର ପ୍ରମୋଦ କୁମାର ପଣ୍ଡା, ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ,ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ଏ ପି ଓ ନନ୍ଦିନୀ ଦାସ ବିବରଣୀ ପାଠ କରିଥିଲେ। 2024/25 ବର୍ଷର ଏମ ଜି ଏନ ଆର ଇ ଜି ଏ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ସମଗ୍ର ଶିକ୍ଷା ଉପରେ ଆଲୋଚନା ହୋଇଥିଲା। 1.4.2024 ଠାରୁ 31.3.2025 ଆର୍ଥିକ ବର୍ଷରେ ପଞ୍ଚାୟତ ସ୍ତରରେ ହୋଇଥିବା କାର୍ଯ୍ୟ ଗୁଡ଼ିକର ଆଜିର ଜନ ଶୁଣାଣି ରେ ସମୀକ୍ଷା କରାଯାଇଥିଲା ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମନରେଗା ବିଭାଗର ବି ଏସ ଏ ଭଗବାନ ପଣ୍ଡା, ଅମେସ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟନାୟକ ,ଆଶୁତୋଷ ପ୍ରଧାନ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *