ବ୍ଳକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଗଣିଆ- ଗଣିଆ ବ୍ଳକ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ବ୍ଳକ ସ୍ତରୀୟ ଯୋଗ,ଚେସ୍ ଏବଂ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗିରିଧାରୀ ସେଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଫକୀର ମୋହନ ଡାକୁଆ, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି କ୍ରିଡା ପତାକାକୁ ଉତ୍ତୋଳନ କରି ଉଦଘାଟନ କରିଥିଲେ । ଛାତ୍ର ଛାତ୍ରୀ ମାନେ ଖେଳୁଆଡ ମନୋଭାବ ନେଇ ଖେଳିବାକୁ ଅତିଥି ମାନେ ମତ ଦେଇଥିଲେ । କ୍ରିଡ଼ା ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ସହିତ ଆନନ୍ଦ ପ୍ରଦାନ କରିଥାଏ । ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ବ୍ଳକ, ଜିଲ୍ଲା ତଥା ରାଜ୍ୟରେ ନାଁ ରଖିବାକୁ ଅତିଥି ମାନେ ପ୍ରକାଶ କରିଥିଲେ । ବ୍ଳକର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ । ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳାରେ କ୍ରିଡା କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ଗ୍ରହଣ କରିଥିଲେ । କ୍ରିଡା ଶିକ୍ଷକ ବିକାଶ ରଞ୍ଜନ ମଲ୍ଲ, ନିରଞ୍ଜନ ମହାରଣା, କୁମୁଦିନୀ ଦେଇ, ବିଶ୍ବରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି କ୍ରିଡା ପରିଚାଳନା କରିଥିଲେ । ବ୍ଳକ ସ୍ତରରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ ଖେଳରେ ଯୋଗ ଦେବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *