ବ୍ଲକସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ବ୍ଲକସ୍ତରୀୟ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା।
ରଘୁନାଥପୁର:- ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରଘୁନାଥପୁର ବ୍ଲକ ମିଶନ ଶକ୍ତି ପକ୍ଷରୁ ପୂରଣ ଓଡ଼ପଡ଼ା ସ୍ଥିତ ପ୍ରମିଳା ମଣ୍ଡପରେ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ୧୯ ଗୋଟି ପଞ୍ଚାୟତରୁ ମୋଟ ୨୩ ମହିଳା ଏସଏଚଜି ଭାଗ ନେଇଥିଲେ। ମିଶନ ଶକ୍ତି ବିପିସି ଶଶାଙ୍କ ଶେଖର ସ୍ବାଇଁ ଓ ଓଏଲଏମ ବିପିଏମ ଲିପିକା ଷଡଙ୍ଗୀଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମକୁ ପୂର୍ବାହ୍ନରେ ବିଡିଓ ବିରଞ୍ଚି ନାରାୟଣ ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ପରେ ଏସଏଚଜି ମହିଳାଙ୍କ ପକ୍ଷରୁ ପାରମ୍ପରିକ ଖାଦ୍ୟ ଯଥା ମାଣ୍ଡିଆ,ସୁଜି,ମଇଦା,ବିରିରେ ତିଆରି ବିଭିନ୍ନ ପ୍ରକାର ପିଠା, ଚାଟ,ଗୁପଚୁପ ସହ ୫୦ ରୁ ଉର୍ଦ୍ଧ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବିଡିଓ ବେହେରା,ଅତିରିକ୍ତ ତହସିଲଦାର ତପନ କୁମାର ପରିଡା, ଜିପିଓ ତଥା ଦାୟୀତ୍ୱରେ ଥିବା ଏବିଡିଓ ସ୍ମାରକ ମହାନ୍ତି, ଡିପିସି ମୋନାଲିସା ଭଞ୍ଜ ଓ ଡିଏସଡବ୍ଲୁ ବିଷ୍ଣୁପ୍ରିୟା ସେଠୀ, ସିଡ଼ିପିଓ ତୃପ୍ତିଲତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରସ୍ତୁତ ଖାଦ୍ୟର ସ୍ଵାଦକୁ ପରଖିଥିଲେ।ଅପରାହ୍ନରେ ଆୟୋଜିତ ସଭାରେ ବିଡିଓ ବେହେରା ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ହାତତିଆରି ଖାଦ୍ୟକୁ ପ୍ରଶଂସା କରିଥିଲେ।ଉପସ୍ଥିତ ସମସ୍ତ ଅତିଥିମାନେ ପାରମ୍ପରିକ ଖାଦ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତିରେ ପ୍ରଥମ ସ୍ଥାନ ହାସଲ କରିଥିବା ତାରପୁର ପଞ୍ଚାୟତ ଗୋକୁଳପୁର ଗ୍ରାମର ଗୋପୀନାଥ ଏସଏଚଜି କୁ ୫ ହଜାର ଟଙ୍କାର ଚେକ ଏବଂ ଦୂତିୟ ସ୍ଥାନ ହାସଲ କରିଥିବା ସାଦେଇପୁର ସ୍ଥିତ ଠାକୁର ଅଭିରାମ ଏସଏଚଜି କୁ ୪ ହାଜର ଟଙ୍କାର ପ୍ରଦାନ କରାଯାଇଥିଲା।ଏହାଛଡା ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ମହିଳା ଗୃପଙ୍କୁ ଅତିଥିଙ୍କ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।କ୍ୟାସିଅର ଭବେସ କୁମାର ବେହେରା,ବିପିଏମ ମୀନାକୁମାରୀ ଦାସ,ତ୍ରିନାଥ ଦାସ,ବିଶ୍ଵଜିତା ଦାସ,ବିପିଏ ଶିବୁଲି ସେଠି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *