ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ  ଶିବିର ଅନୁଷ୍ଠିତ

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ  ଶିବିର ଅନୁଷ୍ଠିତ

ଗଣିଆ – ନୟାଗଡ ଜିଲ୍ଲା ଗଣିଆ ବ୍ଲକ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ  ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅସ୍ଥିଶଲ୍ୟ,ଚକ୍ଷୁ, କର୍ଣ୍ଣ, ମସ୍ତିଷ୍କ ବିକୃତ ବିଭାଗର ଏକ ଡ଼ାକ୍ତରୀ ଟିମ୍ ପହଞ୍ଚି ଭିନ୍ନକ୍ଷମଙ୍କୁ ଚିହ୍ନଟ ସହିତ ପରୀକ୍ଷା କରିଥିଲେ । ଶିବିରରେ ମୋଟ ୫ଟି ବିଭାଗର ଷ୍ଟଲ ଖୋଲାଯାଇ ନାମ ପଞ୍ଜିକରଣ କରାଯାଇଥିଲା । ଶିବିରରେ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସ୍ବେଛାସେବୀ ସଂଗଠନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ବିଭାଗ ତଥା ଲୋକପ୍ରତିନିଧି ମାନେ ସହଯୋଗ କରିଥିଲେ । ଏହି ଶିବିରକୁ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶରତ କର,ବିଡ଼ିଓ ପ୍ରିତିବାଳା ରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ,ଡାକ୍ତର ସିଦ୍ଧାର୍ଥ ଦାଶ, ଡାକ୍ତର ସବିତା ବରାଡ,ଶିତାଶ୍ରୀ ସେଠୀ, ଡାକ୍ତର ବି.ଏସ୍ ରାଓ,ସମସ୍ତ ଲୋକପ୍ରତିନିଧି,ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ । ଶିବିରରେ ପ୍ରାୟ ୧୫୯ ଜଣ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ଶାରୀରିକ ଭିନ୍ନକ୍ଷମ ୮୦ ଜଣ, ଶ୍ରବଣ ବାଧିତ ୨୭ ଜଣ, ଦୃଷ୍ଟି ବାଧିତ ୧୮ ଜଣ, ମାନସିକ ଅନଗ୍ରସର ୩୪ ଜଣ । ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଥିଲା । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *