ମିଶନଶକ୍ତି ମହିଳା ଙ୍କ ବ୍ଲକସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

କାମାକ୍ଷାନଗରDate-5/1/26କାମାକ୍ଷାନଗର ବ୍ଲକ ର ମିଶନଶକ୍ତି ମହିଳା ମାନଙ୍କୁ ନେଇ ବ୍ଲକସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସାରଙ୍ଗଧର ଷ୍ଟାଡିୟମ ପରିସରରେ ଥିବା ଅଡ଼ିଟୋରିୟମ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ କାମାକ୍ଷାନଗର ଉପ ଜିଲ୍ଲାପାଳ ଦିନମଣି ନାଏକ,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବିଡ଼ିଓ ପ୍ରଭୁକଲ୍ୟାଣ ଦାସ, ତହସିଲଦାର ଶୁଭଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ରେ ମିଶନଶକ୍ତି ରେ ସାମିଲ ଥିବା ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ହଜାରହଜାର ସଂଖ୍ୟାରେ ମହିଳା ମାନେ ସାମିଲ ଥିଲେ l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ମହିଳା ମାନେ କିପରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମାଛଚାଷ, ପନିପରିବା ଚାଷ, ଅଗରବତୀ ନିର୍ମାଣ,ଫିନାଇଲ ନିର୍ମାଣ, ସିଲେଇ ମେସିନ ବ୍ୟବହାର କରି କିପରି ଆତ୍ମନିର୍ଭରଶୀଳ ହୋଇ ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଅତ୍ୟାଧୁନିକ ଜ୍ଞାନକୌଶଳ ର ବିନିଯୋଗ କରି ମିଶନଶକ୍ତି ମାଧ୍ୟମରେ ଘରୋଇ ଭାବେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ମହିଳା ମାନେ ନିଜର ଉତ୍ପାଦ କୁ ସୁବିଧା ରେ ବଜାର ରେ ବିକ୍ରି କରିପାରିବେ ସେ ନେଇ ମହିଳା ମାନଙ୍କୁ ପରାମର୍ଶ ଓ ପ୍ରଶିକ୍ଷଣ ଦିଆଯାଇଛି l ଓରମାସ ଓ କାମାକ୍ଷାନଗର ବ୍ଲକ ତରଫରୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

Leave a Reply

Your email address will not be published. Required fields are marked *