ବ୍ଲକ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଦିବସ ପାଳନ ଉଦେଶ୍ୟ ରେ ବ୍ଲକ୍ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଥିଲା । ଉକ୍ତ ପ୍ରତିଯୋଗିତାରେ ବ୍ଲକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟ ଯଥା ବୁର୍ଜା ,କାକିରିଗୁମା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଗୌଡ଼ଗୁଡା , ଲକ୍ଷ୍ମୀପୁର, କାଣୀମୁସା, ବଡଶଙ୍ଖା, ଡୁମୁରିପଦର ଓ ଖାଲକଣା ଆଦି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୯୦ ଜଣ ପ୍ରତିଯୋଗୀ ଯୋଗ ଦେଇ ଥିବା ବେଳେ ଏହି କୁଇଜ୍ ପ୍ରତିଯୋଗିତା ଦିନ ୧୧ ରୁ ୧୨ ଟା ପର୍ଯ୍ୟନ୍ତ ଚାଲିଥିଲା। ଉକ୍ତ ପ୍ରତିଯୋଗିତା କୁ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଓ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପରିଚାଳନା କରିଥିବା ବେଳେ ଏବିଇଓ ପ୍ରିୟମ୍ବଦା ପାତ୍ର ଓ ବିଭୂତି ଭୂଷଣ ଟାକ୍ରି ଉପସ୍ଥିତ ରହି ଥିଲେ । ଶିକ୍ଷକ ସପନ କୁମାର ଦୀକ୍ଷିତ, ସୁଜିତ୍ କୁମାର ସାମଲ, ସୁକାନ୍ତ କୁମାର ଯାଦବ, ଆଶୀର୍ବାଦ ନାୟକ, କସ୍ତୁରୀ ଶବର, ଯେଶ୍ନା ପଣ୍ଡା, ସୁନୀତା ସାହୁକାର, ପ୍ରିୟଙ୍କା ବିଷୋୟୀ, ରୋଜାଲିନ ସ୍ଵାଇଁ ଓ ମମତା ମହାନ୍ତି ପ୍ରମୁଖ ନିରୀକ୍ଷକ ଓ ପରୀକ୍ଷକ ଭାବେ ମୂଲ୍ୟାଙ୍କନ କାର୍ଯ୍ୟ ସୂଚାରୁ ରୁପେ ସମ୍ପାଦନ କରିଥିଲେ। ଉକ୍ତ ପ୍ରତିଯୋଗିତା ରେ ଶାଙ୍ଗାନା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଶାଶ୍ବତ ପଟ୍ଟନାୟକ ପ୍ରଥମ, କୁସୁମଗୁଡା ଉଚ୍ଚ ବିଦ୍ୟାଳୟ ର ପବିସନ୍ ମିଣିଆକା ଦ୍ୱିତୀୟ ଓୟୁଏଏନ ରାଜୁ ବାଳିକା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର ର ଦଶମ ଶ୍ରେଣୀ ଛାତ୍ରୀ ଚଞ୍ଚଳା ମାଝି ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କାର ରାଶି ଯଥା କ୍ରମେ ୭ଶହ ୫ଶହ ୩ଶହ ଟଙ୍କା ପ୍ରଦାନ କରାଯାଇ ଥିଲା । ଯୋଗ୍ୟ ବିବେଚିତ ପ୍ରତିଯୋଗୀ ଆସନ୍ତା ଆଠ ତାରିଖ ଦିନ ବାଳିକା ଉଚ୍ଚ ବିଦ୍ୟାଳୟ କୋରାପୁଟ ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ । ଉକ୍ତ ପ୍ରତିଯୋଗିତା ପରିଚାଳନା ରେ ସଂଯୁକ୍ତା ତୁରୁକ୍, ନୂତନ୍ ଚେଟ୍ଟି ଓ ଈଶ୍ୱର ବାଘ ସମ୍ପୂର୍ଣ ସହଜୋଗ କରିଥିଲେ।
ଲଷ୍ମୀପୁର ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
