ଟିକିରି କୁ ବ୍ଳକ ମାନିୟତା ପାଇଁ ବୈଠକ

-ଟିକିରି ୫/୧/୨୫ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିରରେ ଆଜି ଟିକିରି କୁ ବ୍ଳକ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଆଜି ର ଏହି ବୈଠକ ଆବାହକ ଥିଲେ ଟିକିରି ସରପଞ୍ଚ ଜଗବନ୍ଧୁ ମାଝି । ଦ୍ଵାରା ଏହି ବୈଠକ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଉଦ୍ଦେଶ୍ୟ ବହୁତ ଦିନ ଧରି ଟିକିରି କୁ ବ୍ଳକ ମାନିୟତା ପାଇଁ ଦାବି ହେଇ ଆସୁଥିବା ବେଳେ ପୂର୍ବ ରୁ ୧୧/୨/୨୦୨୪ ଏହି ପରି ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜି ଯାଇ କୈାଣସି ସୁଫଳ ମିଳି ପାରିନାହିଁ। ଯାହା ଫଳ ରେ ପୁନର୍ବାର ଆଜି ଟିକିରି ହନୁମାନ ମନ୍ଦିର ବୈଠକ ଅନୁଷ୍ଠିତ ଏହି ଥିଲା ଏହି ବୈଠକ ରେ ବ୍ଳକ ଅଧ୍ୟକ୍ଷ କଣ୍ଠ ମାଝି ,ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି,ସହ ଟିକିରି ପୂର୍ବତନ ସରପଞ୍ଚ ସାଧୁ ଚରଣ ମାଝି, ବଣିକ ସଂଘ ସଭାପତି ମନୋଜ୍ କୁମାର ବେହେରା, ବଣିକ ସଂଘ ଉପଦେଷ୍ଟା ସିମାଚଳ ଷଡ଼ଙ୍ଗୀ, ସହ ପୂର୍ବତନ ଜିଲ୍ଲାପରିଷଦ ବିଜେଡି ବିନୋଦ ନାଏକ , ସହ ସମାଜ ସେବୀ ହରପ୍ରସାଦ ନାୟକ,ସହ ଆଉ ଜଣେ ସମାଜ ସେବୀ ବିଦ୍ୟାଧର ଦୁରିଆ ସହ ରାଜେନ୍ଦ୍ର ଦୁରିଆ,ସହ ଓ ଅନ୍ୟ ମାନେ ହେଲେ ହରିହର ମିଶ୍ର, ପଞ୍ଚାନନ ସାହୁ , ଗୈାଉରାଙ୍ଗସାହୁ ,ସହ ଆଉ କିଛି ବୁଦ୍ଧି ଜୀବି ବ୍ୟକ୍ତି ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *