କୋଇଲା ଗାଡି ଚଳାଚଳକୁ ନେଇ ଜାତୀୟ ରାଜପଥ ଅବରୋଧ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ହାତୀଲୁଚାଣୀ ଗାଁ ପାଖ ଓମ ପେଟ୍ରୋଲ ପମ୍ପ ସାମ୍ନାରେ କୋଇଲା ଗାଡି ଚଳାଚଳକୁ ନେଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପ୍ରାୟ ୩ ଘଣ୍ଟାର ଷ୍ଟାଇକ ପରେ ପରଜଙ୍ଗ ଅତିରିକ୍ତ ତହସିଲଦାର, ତାଳଚେର ମାଇନିଂ ଟିମ ଏବଂ ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ଉଠିଥିଲା। ତେବେ ପରଜଙ୍ଗ ଗାଁ ଦେଇ ରେଲୱେ ଷ୍ଟେସନ ନିକଟକୁ କୋଇଲା ଟ୍ରକ ଗୁଡିକ ପରିବହନ କରିବା ଦ୍ୱାରା ନାନା ଅସୁବିଧା ଘଟୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ଏହାର ସ୍ଥାୟୀ ପ୍ରତିକାର ସହ କୋଇଲା ଚଳାଚଳ ବନ୍ଦ କରିବାକୁ ସେମାନେ ଦାବି କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମାଇନିଙ୍ଗ ଅଫିସର ଏବଂ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା।
