ରକ୍ତଦାନ ଶିବିର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସତ୍ୟସାଇ ସେବା ସଂଗଠନ ତରଫରୁ ସାଇବିହାର ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଈଛି।ସଂଗଠନର ସମସ୍ତ ସଦସ୍ୟ ଏକାଠି ହୋଇ ଏହି ରକ୍ତଦାନ ଶିବିରର ଆୟୋଜନ କରିଥିଲେ।

ବର୍ତ୍ତମାନ ଗ୍ରିଷ୍ମରୁତୁ ଚାଲିଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି।ଯାହା ଫଳରେ ରକ୍ତ ଜନିତ ରୋଗରେ ପିଡିତ ଥିବା ରୋଗିମାନେ ରକ୍ତ ପାଇବା ପାଇଁ ବହୁ ଅସୁବିଧାର ସମୁଖିନ ହେବାକୁ ପଡୁଛି।ଏହାକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି।ଯୁବକ ଯୁବତି ମାନେ ଆଗ୍ରହ ସହକାରେ ଆସି ରକ୍ତଦାନ କରୁଥିବାର ଦେଖାଦେଇଛି।ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଢେଙ୍କାନାଳ ରକ୍ତ ସଂଗ୍ରହ କାରି ପହଞ୍ଚି ରକ୍ତ ସଂଗ୍ରହ କରିଛନ୍ତି।

Leave a Reply

Your email address will not be published. Required fields are marked *