ମାଧପୁର ମଣ୍ଡଳ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।
ମାଧପୁର ମଣ୍ଡଳ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।
ଆଠମଲ୍ଲିକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ପନ୍ଦର ଦିନ ବ୍ୟାପୀ ଚାଲୁ ଥିବା ସେବା ପକ୍ଷ ପରୀପ୍ରେକ୍ଷୀ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ରେ ବୁଧବାର ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭାରତୀୟ ଜନତା ପାର୍ଟି ମାଧପୁର ମଣ୍ଡଳ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୪୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଜୀତେନ୍ଦ୍ର ହୋତା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ,ସାଂସଦ ଙ୍କ ପ୍ରତିନିଧି ପ୍ରକାଶ କୁମାର ସାହୁ, ଜିଲ୍ଲା ସମ୍ପାଦକ ଚିତ୍ତରଂଜନ ମେହେର, ମଣ୍ଡଳ ପ୍ରଭାରୀ ପ୍ରଭାକର ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ଆଠମଲ୍ଲିକ ବ୍ଲଡ ବ୍ୟାଙ୍କ୍ ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା । ସମସ୍ତ କାର୍ଯ ମଣ୍ଡଳ ସଭାପତି ଅନ୍ତର୍ଯ୍ୟାମୀ ମହାକୁଡ ଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ଆୟୋଜିତ ହୋଇଥିବା ବେଳେ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।
