୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ରକ୍ତଦାନ ଶିବିର

୭୭ତମ ଏନ୍ ସି ସି ଦିବସ ଉପଲକ୍ଷେ ରକ୍ତଦାନ ଶିବିର
ବ୍ଯାସନଗର ଅଦ୍ଯ ତା ୧୯/୧୧/୨୦୨୫ ବୁଧବାର ୭୭ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ଉପଲକ୍ଷେ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ଦ୍ବାରା ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୧ ଓଡ଼ିଶା ବାଟାଲିୟନର ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ଶିବିରକୁ ମୁଖ୍ୟ ଅତିଥି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥି ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ରକ୍ତଭଣ୍ଡାର ଅଧିକାରୀ ଡକ୍ଟର ଗୌତମ କୁମାର ସାହୁ ଉଦ୍ଘାଟନ କରିଥିଲେ। ଏହି ଶିବିର ରେ କ୍ୟାଡେଟ ରୁଦ୍ରନାରାୟଣ ପାଣି , ଆଲୋକ କୁମାର ସାହୁ, ପ୍ରିତମ ଦାଶ, ପ୍ରୀତ ଦାଶ, ପଦ୍ମିନୀ ରାଉତ, ଅସ୍ମିତା ଡୁଙ୍ଗ ଡୁଙ୍ଗ,ସାହିନା ଖାତୁନ, ରୂପାଲି ସାମଲ,ଜଗଦୀଶ ଯେନା, ଅର୍ପିତା ପତି ,ସୁଭମ କୁମାର ସାହୁ ଓଶୁଭଙ୍କର ବେହେରା ପ୍ରମୁଖ ଯୋଗଦାନ କରି ୧୪ ୟୁନିଟ୍ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନା କରିବାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଲାଲ୍ ଟେକ୍ନିସିୟାନ୍ ସମ୍ୱିତ କୁମାର ମଲ୍ଲିକ, ନର୍ସିଂ ଅଫିସର ପ୍ରତିମା ସ୍ବାଇଁ ଓ ପୂର୍ଣ୍ଣିମା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *