ଓଡିଶା ପକ୍ଷ ପାଳନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ସ୍ୱାସ୍ଥ୍ୟ ବିଭାଗ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡିଶା ପକ୍ଷ ପାଳନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି l ଆଜି ରକ୍ତଦାନ କେନ୍ଦ୍ରର ଲ୍ୟାବ ଟେକେନସିଆନ ସମ୍ବିତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗୌତମ କୁମାର ସାହୁ ଓ ଡାକ୍ତର ଦେବାଶିଷ ସାହୁ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଯୋଗଦେଇ ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ନର୍ସିଂ ଅଫିସର ଇନଚାର୍ଜ ପୂର୍ଣ୍ଣିମା ପଣ୍ଡା, ମେଡିକାଲ ଲ୍ୟାବ ଟେକନିସିଆନ ଶର୍ମିଷ୍ଠା ଖଟୋଇ, ନର୍ସିଂ ଅଫିସର ସୁସ୍ମିତା ଦେ, ରଶ୍ମି ରେଖା ସାହୁ, ରୁଚିଶ୍ମିତା ସ୍ୱାଇଁ, ସନ୍ଧ୍ୟା ରାଣୀ ଭୂତିଆ, ନିରଞ୍ଜନ ଜେନା, ବରିଷ୍ଠ ବିଜେପି ନେତା ଅଯୋଧ୍ୟାନାଥ ଜେନାଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ଓ ଅନେକ ବୃଦ୍ଧିଜୀବି ସାମିଲ ହେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *