ବିଶାଳ ରକ୍ତଦାନ ଶିବିର

ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ସାରା ଭାରତ ବର୍ଷ ରେ 22/8/25ଠାରୁ 25/8/25ରିଖ ପ୍ରଯ୍ୟନ୍ତ ବିଶାଳ ରକ୍ତଦାନ ଶିବିର ପ୍ରତେକ ଶାଖା ମାନଙ୍କରେ ଆୟୋଜନ କରାଯାଇଛି ସଂସ୍ଥା ର ମୁଖ୍ୟ ପ୍ରଶାସିକା ଡ଼ଃ ପ୍ରକାଶ ମଣିଜୀକୀ ଙ୍କ ଅବସର ରେ କରାଯାଇଥିବା ରକ୍ତଦାନ ଶିବିର ଗୁଡିକୁ ତାଙ୍କ ଉଦେଶ୍ୟ ରେ ଉଚ୍ଚର୍ଗ କରାଯାଇଅଛି,ତାଙ୍କର ପୁର୍ଣ୍ୟ ତିଥି 25/8/25ବନ୍ଧୁତ୍ୱ ଦିବସ ରୂପେ ସାରା ବିଶ୍ୱ ରେ ପାଳନ କରାଯାଉଛି

ଏହି ଅବସର ରେ ଆଜି ତା 23/8/25ରିଖ ସ୍ଥାନୀୟ ରାମଚଣ୍ଡି ସାହି ସ୍ଥିତ ଆଶ୍ରମ ପରିସର ମଧ୍ୟ ରେ ଏକ ରକ୍ତଦାନ ଶିବିରଆୟୋଜନ କରାଯାଇଥିଲା, ଏହି ଶିବିର ଟି ପୁରୀ ମୁଖ୍ୟ ଚିକିତ୍ସାଳୟ ର ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼ଃ ଦୀପକ କୁମାର ସାହୁ ମହୋଦ୍ୱୟ ଉଦ୍ଘାଟନ କରିଥିଲେ, ରକ୍ତଦାନ ଜୀବନ ଦାନ, ମହାପୂଣ୍ୟ ଏହି ସ୍ଲୋଗାନ ଦିଆଯାଇଥିଲା,ଏହି ରକ୍ତଦାନ ଶିବିର ରେ ଅନେକ ବର୍ଗ ର ସେବା ଧର୍ମୀ ବ୍ୟକ୍ତି ରକ୍ତଦାନ କରିଥିଲେ ଏହି ରକ୍ତଦାନ ଶିବିରରେ 54ୟୁନିଟ ରକ୍ତ ସଂଗହ କରାଯାଇଥିଲା

Leave a Reply

Your email address will not be published. Required fields are marked *