ସେବା ପକ୍ଷର ରକ୍ତ ଦାନ ଶିବିର

ବ୍ରହ୍ମପୁର, ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ବ୍ୟାପୀ ପାଳିତ ହେଉଛି “ସେବା ପକ୍ଷ ” ଯାହାକି ସେପ୍ଟେମ୍ବର ୧୭ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଦିବସ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରାଯାଉଛି, ଏହି ପରିପ୍ରେକ୍ଷୀରେ ବିଭିନ୍ନ ଜନହିତକର କାର୍ଯ୍ୟ ମାନ କରା ଯାଉଛି, ୧୭ ସେପ୍ଟେମ୍ବର ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନ ଠାରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବା ମା ପାଇଁ ଗଛ ଟିଏ ଏବଂ ସ୍ଵଚ୍ଛତା ଅଭିଯାନ କ୍ରମରେ ବିଭିନ୍ନ ମଣ୍ଡଳୀ ରେ ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉ ଅଛି, ଆଜି ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ନେତୃତ୍ଵରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ଏସ୍ ଏସ୍ ଭି ଟି ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମ ଦିବସ ୭୫ ୟୁନିଟ୍ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ଏହି ଶିବିର ର ମୁଳ ଉଦ୍ଦେଶ୍ଯ ତେଣୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସଂଗଠନ, ସାମାଜିକ ଅନୁଷ୍ଠାନ, କ୍ଲବ, ସ୍ଵେଚ୍ଛାସେବୀ ସଂଗଠନ, ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ଗଣ ଙ୍କ ପ୍ରଚେଷ୍ଟା ରେ ୧୦୭୫ ୟୁନିଟ୍ ରୁ ଅଧିକ ରକ୍ତ ସଂଗୃହୀତ ହୋଇଥିଲା ଏପିରିକି ବିଧାୟକ ଙ୍କ ପରିବାର ବର୍ଗ ମଧ୍ଯ ରକ୍ତ ଦାନ କରିଥିଲେ।

ନିଜେ ବିଧାୟକ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରୁଥିଲେ। ଏହି ଶିବିରରେ ରାଷ୍ଟ୍ର ପରିଷଦ ର ସଦସ୍ୟ କାହ୍ନୁ ଚରଣ ପତି, ବିଧାୟକ ପ୍ରତିନିଧି ପ୍ରଦୀପ ନାୟକ, ଅଶୋକ ଶୁକ୍ଲ, ଶିବ ପ୍ରସାଦ ଦାଶ, ରାଜ୍ଯ ପ୍ରବକ୍ତା ଟି ଗୋପି,ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ପଟ୍ଟନାୟକ, ବରିଷ୍ଠ ନେତା ବନମାଳୀ ସେଠି, ପ୍ରଭାତ କିରଣ ଷଡଙ୍ଗୀ, ସୁନୀଲ ସାହୁ, ମେୟର ପ୍ରାର୍ଥୀନୀ ସବିତା ସୁଆର, ସଂସାଦ ପ୍ରତିନିଧି ଅରୁଣ ପଟ୍ଟନାୟକ, ବାଳକୃଷ୍ଣ ସାମନ୍ତରାୟ, ନାରାୟଣ ପଣ୍ଡା,ପ୍ରଦୀପ ସାହୁ, ରତ୍ନ ଗର୍ଭା ସରସ୍ଵତୀ ଦେବୀ, ସାମାଜ ସେବୀ ସନ୍ଦୀପ ସାହୁ, ୱାଇ ପ୍ରକାଶ ନାଇଡୁ, ପିଣ୍ଟୁ ଜେନା, ରବି କୁମାର, କେଶବ କୁଣ୍ଡୁ,ତନୁଜ ରାଉଳ, ଜଗନ୍ନାଥ ଜେନା, ରାମ କୃଷ୍ଣ ପଟନାୟକ, ସୁମନ୍ତ ସାହୁ, ବର୍ଷା ବିଦୁସ୍ମିତା ପ୍ରମୁଖ ମଣ୍ଡଳ ସଭାପତି ମାନଙ୍କ ସମେତ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚା, ଏସି ମୋର୍ଚା, ଯୁବ ମୋର୍ଚା, କୃଷକ ମୋର୍ଚ୍ଚା,ଏମ୍ କେ ସି ଜି ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ। ଆସନ୍ତା କାଲି ସେପ୍ଟେମ୍ବର ୨୨ ଦିନ ଏସ୍ ଏସ୍ ଭି ଟି ଗ୍ରାଉଣ୍ଡ ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ମଧ୍ଯ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *