ସଞ୍ଚୟ ପକ୍ଷ ୨୦୨୫ ପାଳନ ଅବସର ରେ ରକ୍ତ ଦାନ ଶିବିର

:-ଭଦ୍ରକ, ୧୧/୧୧: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ। ଏହି ଶିବିର କୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଉଦ୍ଘାଟନ କରିଥିଲେ ଓ ସମସ୍ତଙ୍କୁ ସଞ୍ଚୟ ଓ ସାମାଜିକ ଦାୟିତ୍ଵ ବୋଧତା ସଂପର୍କରେ ଅବଗତ କରାଇବା ସହ ଅଧିକରୁ ଅଧିକ ରକ୍ତ ଦାନ କରିବା ପାଇଁ ଅନୁପ୍ରାଣିତ କରିଥିଲେ।

ଏହି ସଭାରେ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଡେପୁଟି କଲେକ୍ଟର, ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଓ ଡାକ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଏହି ଶିବିରରେ ଡାକ ଅଭିକର୍ତ୍ତା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡାକ ବିଭାଗ ର କର୍ମକର୍ତ୍ତା ଯୋଗଦେଇ ଶିବିର ଟିକୁ ସଫଳ କରିଥିଲେ। ମୋଟ 28 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Leave a Reply

Your email address will not be published. Required fields are marked *