ରକ୍ତଦାନ ଶିବିର।

ରଘୁନାଥପୁର ତା ୮/୧:–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ନିକଟ ବୋଦରଠାରେ ରବିବାର ବାବୁ କାଳୀ ପ୍ରସନ୍ନ ପଣ୍ଡା ସ୍ମାରକୀ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନ ର ମୁଖ୍ୟ ତଥା ଜଗତସିଂହପୁର ସିଜିଏମ୍ ଶ୍ରୀମତୀ ଲିଳିମା ପଣ୍ଡା ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ଆଡିସନାଲ ଏସପି ସତ୍ୟବ୍ରତ ଦାଶ,ଜଗତସିଂହପୁର ଷ୍ପେଶାଲପିପି ଗଗନ ଚନ୍ଦ୍ର ଦାଶ,ହାଇକୋର୍ଟ ର କଟକଜିଲ୍ଲା ଜିପି ରାମକୃଷ୍ଣ ରଥ, ଆଇନଜୀବୀ ଦୋଳଗୋବିନ୍ଦ ମହାପାତ୍ର,ଆଇନଜୀବୀ ପ୍ରଦିପ୍ତ କୁମାର ବିହାରୀ,ଆଇନଜୀବୀ ଜିତେନ ବେହେରା ସମାଜ ବିକାଶ ମିଶନର ସମାଜସେବୀ ଶରୀତ ମହାପାତ୍ର, କିଶାନନଗର ଆଇଆଇସି ମନେଶ୍ବର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।ଏହିସିବିରଟି ବାସୁଦେବ ୟୁଥକ୍ଲବର ସଦସ୍ୟ,କଣ୍ଟୁଆର ଓ ବୋଦର ଗ୍ରାମବାସୀ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିବାବେଳେ କଟକ ଶିରାମଚନ୍ଦ୍ରଭଞ ମେଡିକାଲ ରକ୍ତଭଣ୍ଡାର ଡାକ୍ତର ସବ୍ୟସାଚୀ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ରାମଚନ୍ଦ୍ର ଖଟୁଆ,ବିକ୍ରମ ବାରିକ,ରଶ୍ମୀରଂଜନ ପ୍ରଧାନ,ମଙ୍ଗଳଚରଣ ମୁର୍ମୁ,ବିଷ୍ଣୁପ୍ରସାଦ ଘୋଷ,ବିଶ୍ବଜିତ ଦିକ୍ଷିତ ପ୍ରମୁଖ ରକ୍ତସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ।ଏଥିରେ ମୋଟ ୪୧ୟୁନିଟ ରକ୍ତ ସଂଗ୍ରକରାଯାଇଥିଲା।

Leave a Reply

Your email address will not be published. Required fields are marked *