ରକ୍ତଦାନ ଶିବିର ଅନୁଷ୍ଠିତ

ଅଦ୍ୟ ଦିନାଙ୍କ ତା ୮.୦୩.୨୦୨୬ ତାରିଖ ରବି ବାର ଦିନ ଶ୍ରୀବିଦ୍ୟା ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଏକ ବୃହତ୍ ରକ୍ତ ଦାନ ଶିବିର କଇଁ ସାରୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଶ୍ରୀବିଦ୍ୟା ଶୁଭ ଦର୍ଶିନୀ ଙ୍କ ସ୍ମୃତି ଉଦ୍ଵେସ ରେ ତାଙ୍କ ୬ ଷ୍ଟ ତମ ପୁଣ୍ୟ ତିଥି ରେ ଅନୁଷ୍ଠିତ ହୋଇ ଯାଇ ଅଛି ।ଉକ୍ତ ଶିବିର ର ଶୁଭ ଉଦଘାଟନ ଶ୍ରୀଯୁକ୍ତ ପ୍ରତୀକ କୁମାର ପଣ୍ଡା, ଡେପୁଟି କଲେକ୍ଟର କାପ୍ତିପଦା,ଶ୍ରୀଯୁକ୍ତ ବନମାଳୀ ବାରିକ ଆଇ ଆଇ ସି ଉଦଳା, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ଚାଟାର୍ଡ ପ୍ରେସିଡେଣ୍ଟ ରୋଟାରୀ କ୍ଳବ୍ ଉଦଳା,ଶ୍ରୀଯୁକ୍ତ ସରୋଜ କୁମାର ନାୟକ ସୂଚନା ଜନ ସମ୍ପର୍କ ଅଧିକାରୀ ଉଦଳା ,ଡକ୍ଟର ପ୍ରଜ୍ଞା ମାଡାମ ଉଦଳା ହସ୍ପିଟାଲ ଏବଂ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପରିଚ୍ଛା ଜଗନ୍ନାଥ କମିଟି ଚେୟାର ମେନ୍ ପ୍ରମୁଖ ଙ୍କ ଉପସ୍ଥିତ ରେ ଦ୍ଵିପ ପ୍ରଜ୍ୱଳନ ପୂର୍ବକ ଶ୍ରୀ ବିଦ୍ୟା ଙ୍କ ସ୍ମୃତି ଚାରଣ କରି ରକ୍ତଦାନ ଶିବିର ର ଉଦଘାଟନ କରିଥିଲେ।

ଏଥିରେ ଜଗନ୍ନାଥ କମିଟିର ସଦସ୍ୟ ଏବଂ ଶ୍ରୀବିଦ୍ୟା ମେମୋରିଆଲ ଟ୍ରଷ୍ଟ ର ସଦସ୍ୟ ଗଣ ଏବଂ ଚେୟାରମେନ ଶ୍ରୀ ଦୁଳମଣି ପୁହାଣ ଏବଂ ଶ୍ରୀବିଦ୍ୟା ଙ୍କ ମାତା ସୁଭଦ୍ରା ରାଉତ ଉକ୍ତ କାମ ରେ ସହ ଯୋଗ ପ୍ରଦାନ କରି ମୋଟ ୫୬ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ଗ୍ରାମ ବାସୀ ଏବଂ ସ୍ଵେଚ୍ଛା ସେବୀ ଙ୍କ ସହଯୋଗରେ ଉକ୍ତ କାର୍ଯ ସଫଳତା ପୂର୍ବକ ସମ୍ପର୍ଣ୍ଣ ହୋଇ ପାରିଛି।ଉଲ୍ଲେଖ ଥାଉ କି ଶ୍ରୀବିଦ୍ୟା ଙ୍କ ଆକସ୍ମିକ ସଡ଼କ ଦୁର୍ଘଟଣା ରେ ଦେହାବସାନ ପରେ ତାଙ୍କ ସ୍ମୃତିରେ ଆଜକୁ ୬ ବର୍ଷ ତଳେ ଶ୍ରୀବିଦ୍ୟା ଙ୍କ ମାତା ଶ୍ରୀମତୀ ସୁଭଦ୍ରା ରାଉତ ଏବଂ ପିତା ଶ୍ରୀ ଦୂଳ ମଣି ପୁହାଣ ଉକ୍ତ ଟ୍ରଷ୍ଟ ମାଧ୍ୟମରେ ଏହି ପରି ଅନେକ ଲୋକ ହିତକର ସେବା ମୂଳକ କାର୍ଯ୍ୟ କରି ଆସୁଛନ୍ତି।

Leave a Reply

Your email address will not be published. Required fields are marked *