ତିର୍ତ୍ତୋଲରେ ବିଜେପି ପକ୍ଷରୁ ସେବାପକ୍ଷ ପାଳନରକ୍ତଦାନ ଶିବିରରେ ୭୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗୃହୀତ
ତିର୍ତ୍ତୋଲରେ ବିଜେପି ପକ୍ଷରୁ ସେବାପକ୍ଷ ପାଳନ
ରକ୍ତଦାନ ଶିବିରରେ ୭୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗୃହୀତ
ତିର୍ତ୍ତୋଲ:ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷ ରୁ ସେବା ପକ୍ଷ ପାଳନ ଅବସରରେ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ପରିସର ରେ ଏକ ସ୍ୱେଚ୍ଛ କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ରାଜ କିଶୋର ବେହେରାଙ୍କ ତତ୍ତ୍ୱାବା ଧାନରେ ଅନୁଷ୍ଠିତ ଏହି ଶିବିର କୁ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ଜିଲା ସଭାପତି ପ୍ରତାପ ମିଶ୍ର, ପୂର୍ବତନ ସଭାପତି ସତ୍ୟବ୍ରତ ମହାପାତ୍ର ଯୋଗଦେଇ ଉଦ୍ଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ବହୁ ସଂଖ୍ୟାରେ ଯୁବକ ଯୁବତୀ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ l ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଟିମ୍ ସମୁଦାୟ ୭୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ l ଜିଲା ଯୁବ ମୋର୍ଚ୍ଚା ସଭାପତି ସୁଧୀର କୁମାର ମଲ୍ଲିକ, ବିଶ୍ୱଜିତ୍ ଦାଶ,ପ୍ରକାଶ ଚନ୍ଦ୍ର ଦଳାଇ, ସାଂସଦଙ୍କ ତିର୍ତ୍ତୋଲ ବ୍ଲକ ପ୍ରତିନିଧି ସୁନନ୍ଦ ବିଶ୍ଵାଳ, ରୂପକ ଖୁଣ୍ଟିଆ, ଜ୍ୟୋତି ରଞ୍ଜନ ସାହୁ, ତ୍ରିନାଥ ବାରିକ, ଝରାଶ୍ରୀ ରାଉତ, ମିଳନ ସ୍ବାଇଁ, ତାପସ ମହାନ୍ତିଙ୍କ ସମେତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ବହୁ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ପାରି ଚାଳନାରେ କରିଥିଲେ l
