ବ୍ୟାସନଗର ପବ୍ଲିକ୍ ସ୍କୁଲ ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ରକ୍ତଦାନ ଶିବିର ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଯାଜପୁର ଜିଲ୍ଲା ବ୍ୟାସନଗର ସହରର ସ୍ଥାନୀୟ ବ୍ୟାସନଗର ପବ୍ଲିକ୍ ସ୍କୁଲ ପ୍ରତିଷ୍ଠାତା ସ୍ବର୍ଗତ କଳ୍ପତରୁ ସାହୁଙ୍କ ୮୫ତମ ଜୟନ୍ତୀରେ ବ୍ୟାସନଗର ପବ୍ଲିକ୍ ସ୍କୁଲ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତ. ଦେବସ୍ଥିତା ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶିବିରକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଫିତାକାଟି ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯାଜପୁରରୋଡ ରକ୍ତ ଭଣ୍ଡାର ଅଧିକାରୀ ଡ. ଗୌତମ କୁମାର ସାହୁ, ଡ. ଗୌରୀଶଙ୍କର ଷଡ଼ଙ୍ଗୀ, ପରିଚାଳନା କମିଟି ସଭାପତି ଭାରତ ଭୂଷଣ ଦେଓ, ଟ୍ରଷ୍ଟି ମେମ୍ବର ଟି ଶୁଭଦର୍ଶିନୀ ଦେଓ,

ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝୀ, ଝାଡ଼େଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡା, କାହ୍ନୁଚରଣ ଡି.ଗ୍ରି. ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୌଳନ ଚରଣ ଖୁଣ୍ଡିଆ, ଉଷାମଞ୍ଜରୀ ସାହୁ ଯୋଗ ଦେଇଥିଲେ l ଉକ୍ତ ଶିବିରରୁ ମୋଟ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ ଏକ ସ୍ମୃତିଚାରଣ ସଭା ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଯାଇଛି | ତେବେ ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *