ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ରକ୍ତ ଦାନ ଶିବିର
ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘ ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ରକ୍ତ ଦାନ ଶିବିର l ବ୍ରହ୍ମପୁର,, ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘ ର ସୁବର୍ଣ୍ଣ ଜୟନ୍ତୀ ଓ ଜାତୀୟ ସଭାପତି ଜଗନ୍ନାଥ୍ ସିନ୍ଦେ ଜି ଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ଆହ୍ଵାନ କ୍ରମେ ଗଂଜାମ ଫୁଲବାଣୀ ଔଷଧ ବ୍ୟବସାୟୀ ସଂଘ (GPCDA) ତରଫରୁ ଶୁକ୍ରବାର ସକାଳ ୯ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରେମ ନଗର ରୋଟାରୀ ହଲ ଠାରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସଭାପତି ପି, ସତ୍ୟନାରାୟଣ ଙ୍କ ପ୍ରତ୍ୟକ୍ଷ ତତ୍ଵIବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ଜିଲ୍ଲାର ଉପଦେଷ୍ଟା ଭି ଜଗନ୍ନାଥ ରାଓ ଓ ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା ଶୁଭ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କର୍ମକର୍ତ୍ତା ପ୍ରଦୀପ ପଣ୍ଡା, ମନୁ ସେନାପତି, ବଲ୍ଲଭ ପାଣିଗ୍ରାହୀ, ଦେବେନ୍ଦ୍ର ଚୌଧୁରୀ ,ଇପାରି କ୍ରିଷ୍ଣା ପ୍ରସାଦ ରାଓ, ସତ୍ୟକାମ ପାତ୍ର, ଭି ଚନ୍ଦ୍ରଶେଖର, ଜିତେନ୍, ସୁଜିତ୍ ଭୂୟାଁ, କେଦାରନାଥ ଜେନା, ସିମlଞ୍ଚଳ ପାଣିଗ୍ରାହୀ, ଅବନୀ ସାହୁ, ଆନନ୍ଦ ରାଓ, ଗିରିଶ ପ୍ରଧାନ, ଧର୍ମା ରାଓ, ଲକ୍ଷ୍ମୀ ପାତ୍ର, ନାଗେଶ୍ଵର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ l ଆଜି ଭାରତର ସମସ୍ତ ଔଷଧ ବ୍ୟବସାୟୀ ସଂଘ ଓ ଓଡ଼ିଶାର ସମସ୍ତ ଔଷଧ ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି I ଏଥି ଦ୍ଵାରା ଭାରତ ବର୍ଷରେ ଗିନିଜ୍ ବୁକ୍ ଅଫ୍ ୱlର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି l ରକ୍ତ ର ଅଭାବ ଦେଖି ଜନସାଧାରଣ ସୁବିଧାରେ ରକ୍ତ ପାଇବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ସଙ୍ଗର ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା କହିଛନ୍ତି l
