କବିସୂର୍ଯ୍ୟ ରକ୍ତଦାନ ସେବାସଂଘର ପଞ୍ଚମ ବାର୍ଷିକ ଉତ୍ସବ

କବିସୂର୍ଯ୍ୟ ରକ୍ତଦାନ ସେବାସଂଘର ପଞ୍ଚମ ବାର୍ଷିକ ଉତ୍ସବ—-ଏହି ସଂଘ ଅନେକ ରକ୍ତବୀର ସୃଷ୍ଟିକରୀ ଅନେକଙ୍କ ଜୀବନ ରଖିପାରିଛି — ବିଧାୟକ କବିସୂର୍ଯ୍ୟନଗର, ତା 26/12/24) କବିସୂର୍ଯ୍ୟନଗରର ପ୍ରତିଷ୍ଠିତ କବିସୂର୍ଯ୍ୟ ରକ୍ତଦାନ ସେବାସଂଘ ର ପଞ୍ଚମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବର ଶୁଭ ଉଦଘାଟନ କରିଥିଲେ l ଅନ୍ୟାନ୍ୟ ଅତିଥି ମଧ୍ୟରେ ଅଧ୍ୟାପକ ଚିତ୍ରସେନ ବେହେରା, ସଂଘ ସମ୍ପାଦକ ବାଲ୍ମୀକି ବିଷୋୟୀ, ସାମ୍ବାଦିକ ଅନିଲ ପାଣିଗ୍ରାହୀ, ବିଜେପି ନେତା ସୀତାରାମ ପାଣିଗ୍ରାହୀ,ସମାଜସେବୀ ରାମପ୍ରସାଦ ମହାରଣା,ଶିକ୍ଷକ ଦିବାକର ଶତପଥୀ ଓ ସୁରେନ୍ଦ୍ର ସାହୁ, ବିଷ୍ଣୁ ଚରଣ ନାୟକ, ଅଶୋକ କୁମାର ଜେନା ଓ ସଂଘ ସଂଯୋଜକ ସୁମନ୍ତ କୁମାର ଚର୍ଚ୍ଚି ପ୍ରମୁଖ ମଂଚାସୀନ ଅତିଥି ଥିଲେ l ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ସଂଯୋଜକ ତଥା ପ୍ରତିଷ୍ଠାତା ଶ୍ରୀସୁମନ୍ତ କୁମାର ଚର୍ଚ୍ଚି ନିଜ ସଂଘର୍ଷମୟ ଜୀବନରେ ମୁଁ ମୋ ରକ୍ତବୀର ତଥା ରକ୍ତଦାତା ଓ ରକ୍ତଗ୍ରହୀତା ପାଇଁ ମୋ ଜୀବନଉତ୍ସର୍ଗୀକୃତ ବୋଲି ନିଜ ଅଭିଭାଷଣରେ କହିଥିଲେ l କରୋନା କାଳରେ ଜନ୍ମନେଇ ଥିବା ଏହି ସଂଘ ସଦସ୍ୟ ଆଜି 20 ରୁ 2000 ସଂଖ୍ୟାକୁ ବୃଦ୍ଧି ପାଇଛି l ସେହିପରି ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀନାୟକ କହିଲେ,ଏହି ସଂଘ ଅନେକ ରକ୍ତବୀର ସୃଷ୍ଟିକରି ଅନେକ ଜୀବନକୁ ମରଣ ମୁଖରୁ ରଖି ପାରିଛି l ଏଣୁ ଏମାନେ ପ୍ରକୃତ ଯୋଧ୍ୟା ଅଟନ୍ତି l ସମ୍ବର୍ଦ୍ଧିତ ହୋଇଥିଲେ ବିଷ୍ଣୁପ୍ରସାଦ ପୋଲାଈ, ଅନିଲ କୁମାର ଚର୍ଚ୍ଚି, ଗୋପବନ୍ଧୁ ଖୁଣ୍ଟିଆ, ଭଗବାନ ସାହୁ, ଅଭିମନ୍ୟୁ ନାୟକ, କୃପାସିନ୍ଧୁ ସ୍ୱାଇଁ, ଗଣେଶ ଡାକୁଆ, କୃଷ୍ଣ ନାହାକ, କୃଷଚନ୍ଦ୍ର ସାହୁ,ଅଙ୍କିତା ମଣ୍ଡଳ, ଅବିନାଶ ବେହେରୁକ, ମଧୁସ୍ମିତା ଦାସ, ଡା. ସତ୍ୟନାରାୟଣ ପାତ୍ର, ଭବାନୀଶଙ୍କର ପାତ୍ର, ଦେବାଶିଷ ସ୍ୱାଇଁ, ସସ୍ମିତା ସ୍ୱାଇଁ, ସନ୍ତୋଷ କୁମାର ଗୌଡ଼, ବାଉରୀବନ୍ଧୁ ସ୍ୱାଇଁ, ବିକାଶ ସାହୁ, ସିଦ୍ଧାର୍ଥ ମଣ୍ଡଳ, ନୀଳମାଧଵ ହୋତା, କାହ୍ନl ନାୟକ, ନବକିଶୋର ବିଶ୍ୱାଳ, ଆଲୋକ କୁମାର ଷଢଙ୍ଗୀ ପ୍ରମୁଖ ଓଡିଶା ପ୍ରଶାସନିକ ସେବା, ନିଟ ସଫଳ ଛାତ୍ରଛାତ୍ରୀ, ପ୍ରତ୍ୟେକ ସ୍କୁଲର ମାଟ୍ରିକ ଟପର, ସଫଳ ଚାଷୀ, ସାମ୍ବାଦିକ ଆଦି ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ଶ୍ରେଷ୍ଠ ସଫଳ ବ୍ୟକ୍ତିଙ୍କୁ ମାନପତ୍ର,ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି l ଉଦଘୋଷକ ଭାବେ ସନ୍ତୋଷ ଗୌଡ଼ ଓ ଦିବାକର ଶତପଥୀ,ଉଦଘୋଷିକା ଭାବେ ମୁନି ଶତପଥୀ ଓ ଦିବ୍ୟାନି ମାର୍ଥା l ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରତିକୂଳ ପାଗ ସତ୍ବେ ଶତାଧିକ ଦର୍ଶକ ଉପସ୍ଥିତ ହୋଇଥିଲେ l ଶେଷରେ ସଂଯୋଜକ ସୁମନ୍ତ କୁମାର ଚର୍ଚ୍ଚି ସମସ୍ତ ଅତିଥି,ସଫଳ ପ୍ରତିଯୋଗୀ, ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l କବିସୂର୍ଯ୍ୟନଗର, ତା 26/12/24

Leave a Reply

Your email address will not be published. Required fields are marked *