ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ପୁରୀ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ତରଫରୁ ଏକ ରକ୍ତଦାନ ଶିବିର ବଡ଼ଦାଣ୍ଡ ସ୍ଥିତ ବଳଗଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ ଓ ଗାଇଡର ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବରିଷ୍ଠ ଶିକ୍ଷାବିତ୍ ରଘୁନାଥ ମହାପାତ୍ର ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ଏହି ଶିବିରରେ ପ୍ରାୟ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିରରେ ବିଶେଷ କରି ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ରକ୍ତଦାନ ଦାନ କରିଥିଲେ l

ଏଠାରେ ଉଲ୍ଲେଖଯୋଗ୍ଯ ୨ ଜଣ ୧୯ ବର୍ଷୀୟା ଛାତ୍ରୀ ସର୍ବ କନିଷ୍ଠ ଭାବରେ ଓ ୬ ଜଣ ପ୍ରଥମ କରି ରକ୍ତଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାଢୀ ରକ୍ତ ଅଭାବରୁ କାହାର ଯେପରି ପ୍ରାଣହାନୀ ନହୁଏ ସେଥିପାଇଁ ଯୁବପିଢ଼ି ମାନେ ସ୍ଵେଚ୍ଛାକୃତ ରକ୍ତଦାନ କରିବାକୁ ଆଗେଇ ଆସିବା ପାଇଁ ଆହ୍ଵାନ କରିଥିଲେ l ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର,ଜିଲ୍ଲା ସ୍କାଉଟ କମିଶନର ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ରୂପଶ୍ରୀ ଛୋଟରାୟ,ଜିଲ୍ଲା ସଚିବ ମହେନ୍ଦ୍ର କୁମାର ବିଶ୍ବାଳ, ଗାଇଡ ସାଙ୍ଗଠନିକ କମିଶନର ଶ୍ରୀମତୀ ମିନାକ୍ଷୀ ମିଶ୍ର,ପ୍ରଧାନ ଶିକ୍ଷୟତ୍ରୀ ଅମ୍ରିତା ସାହୁ,ଗାଇଡ କ୍ୟାପଟେନ ସସ୍ମିତା ରାଉତରାୟ,ଜିଲ୍ଲା ସାଂଗଠନିକ କମିଶନର ଦେବାଶିଷ ମିଶ୍ର, ରୋଭର୍ ଲିଡର ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରକୁ ରୋଭର, ରେଞ୍ଜର, ସ୍କାଉଟ ଓ ଗାଇଡ ପରିବାର ସମସ୍ତ ସଭ୍ଯସଭ୍ୟା ମାନେ ସହଯୋଗ ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *