ରଥଯାତ୍ରା ଅବସରରେ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ
ପବିତ୍ର ରଥଯାତ୍ରା ଉପଲକ୍ଷେ କାମାକ୍ଷାନଗର ଏନଏସି ରେକୁଳା ଜୟ ମା ମଙ୍ଗଳା ପେଟ୍ରୋଲ ପମ୍ପ ଠାରେ ଏକ ସେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ସମୁଦାୟ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କାମାକ୍ଷାନଗର ତହସିଲଦାର ଶୁଭଙ୍କର ମହାନ୍ତି, ଥାନା ଅଧିକାରି ଆଶିଷ କୁମାର ଜେନା,ସ୍ବେଚ୍ଛାସେବୀ ଗୋବିନ୍ଦଚନ୍ଦ୍ର ସାହୁ, ବୈଦ୍ୟରାଜ ସର୍ବେଶ୍ୱର ପାତ୍ର ,ଜିଲା ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼ଃ ସ୍ୱରୂପ ରଞ୍ଜନ ସାହୁ,କନପୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।ଉପଜିଲ୍ଲାପାଳ ରକ୍ତଦାନ କରିଥିବା ଲୋକଙ୍କୁ ସାଧୁବାଦ ଦେଇଥିଲେ ଏବଂ ବୃକ୍ଷରୋପଣ କରାଯାଇଥିଲା ।ତହସିଲଦାର ଶୁଭଙ୍କର ମହାନ୍ତି ନିଜେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସହିତ କରିଥିଲେ ।ଏଭଳିଆ ମହତ କାମ ଆଗକୁ କରିବାକୁ ମଧ୍ୟ କହିଥିଲେ । ବିଶେଷ କରି ଯୁବ ଗୋଷ୍ଠି ମାନେ ଆସି ଉତ୍ସାହର ସହ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଛି।ରାଜ୍ୟରେ ରକ୍ତର ଅଭାବ ପରିଲକ୍ଷିତ ହେଉଥିବା ବେଳେ ବହୁ ରୋଗି ମଧ୍ୟ ଅସୁବିଧାର ସମୁଖିନ ହେଉଛନ୍ତି।ତାହାକୁ ପୂରଣ କରିବା ପାଇଁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି।ରକ୍ତ ଅଭାବରୁ ଯେପରି କୈାଣସି ରୋଗି ମୃତ୍ୟୁ ବରଣ ନକରନ୍ତୁ ତାହାକୁ ଆଖି ଆଗରେ ରଖି ରକ୍ତଦାନ ଶିବିର ଅନୁଷ୍ଠୀତ ହେଉଛି ।ରଥଯାତ୍ରା ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ରକ୍ତଦାତା ମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ ।
