ସେବା ଦିବସରେ ରକ୍ତଦାନ ଶିବିର
ସେବା ଦିବସରେ ରକ୍ତଦାନ ଶିବିର
ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ତଥା ସେବା ଦିବସ ଅବସରରେ ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାର ଡେପୁଟି କଲେକ୍ଟର ଶ୍ରୀଯୁକ୍ତ କାର୍ତ୍ତିକ ମଣ୍ଡଳ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନ୍ୟ ନଗର ସଂଘଚାଳକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ନାୟକ ଏବଂ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାର୍ତ୍ତିକ ମଣ୍ଡଳଙ୍କ ଦ୍ଵାରା ରକ୍ତଦାନ ଶିବିର ଉଦଘାଟନ ହୋଇଯାଇଅଛି । ମୁଖ୍ୟ ଅତିଥିଙ୍କ ସ୍ବାଗତ ଭାଷଣ ପରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ପ୍ରଚାର ସମିତି ଟ୍ରଷ୍ଟର ସଦସ୍ୟ ଶ୍ରୀଯୁକ୍ତ ସଞ୍ଜୟ ବାରିକ ,ରତିକାନ୍ତ ଆଚାର୍ଯ୍ୟ ,ଉପସଭାପତି ଶ୍ରୀଯୁକ୍ତ ସୁବ୍ରତ ନାୟକ ,କାର୍ଯ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ଲାହା ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।
