ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ୧୨ ନଂ ଜୋନରେ ରକ୍ତଦାନ ଶିବିର :୧୧୧ ୟୁନିଟ ବ୍ଲଡ଼ ସଂଗୃହିତ

ନୟାଗଡ଼ ନିର୍ବାଚନ ମଣ୍ଡଳୀ ୧୨ନମ୍ବର ଜୋନର ୪ଗୋଟି ଗ୍ରାମପଞ୍ଚାୟତ ତଥା ତମ୍ପତିପୁର,ଶରଧା ପୁର,ନାଟୁଗାଁ ଓ ଗଦାଧର ପ୍ରସାଦ ପଞ୍ଚାୟତ ବାସୀ ମିଳିତ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ମୋ ପରିବାର ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ରକ୍ତଦାନ ଶିବିର ନୟାଗଡ଼ ବିଧାୟକ ତଥ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ ମହୋଦୟଙ୍କ ଅନୁରୋଧ କ୍ରମେ ୪ଗୋଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳ ଏହାକୁ ପରିଚାଳନା କରିଥିବା ବେଳେ ଏହାକୁ ନୟାଗଡ଼ ବ୍ଳକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କଁର ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ଶକ୍ତି ପ୍ରସାଦ ମିଶ୍ର ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ଓ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଆଗକୁ ଏମିତି ଜୀବନ ବଞ୍ଚାଇବା ସହ ସାମାଜିକ କାମରେ ମନ ଲଗାଇବା ପାଇଁ ଯୁବ ପିଢ଼ିଙ୍କୁ ଅନୁରୋଧ କରିଥିଲେ। ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୧୧୧ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିବା ବେଳେ ନୟାଗଡ଼ ରକ୍ତଭଣ୍ଡାର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *