ଭିସା ଷ୍ଟିଲ୍ ଗ୍ରୁପ ଓ ରକ୍ତ ଦାତା ଜୀବନ ଦାତା ପରିବାର ର ମିଳିତ ସହଯୋଗ ରେ ରକ୍ତ ଦାନ ଶିବିର
**ରକ୍ତ ଦାନ ମହାପୂଣ୍ୟ ରକ୍ତ ପାଇଁ କେତେ ଯେ ଲୋକଙ୍କ ଜୀବନ ଯାଉଛି l ଏହାକୁ ଦୃଷ୍ଟି ରେ ରଖି ଆଗାମୀ ଚାରି ତାରିଖ ଦିନ ଭିସା ଷ୍ଟିଲ୍ ର ପ୍ରତିଷ୍ଠାତା ବିଶ୍ୱମ୍ବର ଶରଣ ଙ୍କ ଜନ୍ମ ଦିବସ ଓ ଭିସା ଷ୍ଟିଲ୍ ର ୩୦ ବର୍ଷ ପୂର୍ତ୍ତି ଅବସରରେ ଭିସା ଷ୍ଟିଲ୍ ସହଯୋଗ ରେ କ୍ଳବ ଦି ୟୁଥ ମାସ ଓ ରକ୍ତ ଦାତା ଜୀବନ ଦାତା ପରିବାର ପକ୍ଷରୁ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ମେଗା ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା l ଭିସା ଷ୍ଟିଲ୍ ର ଡାଇରେକ୍ଟର ମନୋଜ କୁମାର ଓ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତାକାଟି ଅନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତ ଦାତା ମାନଙ୍କୁ ପ୍ରେରଣା ଦେବା ସଂଗେ ସଂଗେ ପୁରସ୍କୃତ କରିଥିଲେ l ଭିସା ଷ୍ଟିଲ୍ ର ପ୍ରତିଷ୍ଠା ଦିବସ ଓ ଅଧକ୍ଷ୍ୟ ଙ୍କ ଜନ୍ମ ଦିବସ ଉପଲକ୍ଷେ ନଭେମ୍ବର ୨୭ ତାରିଖ ରୁ ଆରମ୍ବ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭିସା ଷ୍ଟିଲ୍ ତରଫରୁ ବିଭିନ୍ନ ଜନହିତକାରି କାର୍ଯ୍ୟ ଯଥା ବିଭିନ୍ନ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ଓ ଶୀତ ବସ୍ତ୍ର ବଣ୍ଟନ, ସ୍କୁଲ ରେ ପିଲା ମାନଙ୍କୁ ବ୍ୟାଗ ପ୍ରଦାନ ଓ ରୋଗୀ ଙ୍କ ପାଇଁ ରକ୍ତ ଦାନ ଭଳି ଜନହିତକାରି କାର୍ଯ୍ୟ କରାଯିବ ବୋଲି ଭିଶା କମ୍ପାନୀ ର ସି ଏସ ଆର ମୁଖ୍ୟ ସନ୍ଦୀପ ମିଶ୍ର ସୂଚନା ଦେଇଥିଲେ l ଏହି ଅବସରରେ ପ୍ରତେକ ସମୟରେ ଲୋକଙ୍କ ଜୀବନ ବଂଚେଇବା ପାଇଁ ରକ୍ତଦାନ ଶିବିରର କରୁଥୁବା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଗୁଡିକୁ ସମ୍ବର୍ଦ୍ଧନା କରାଯାଇଥିଲା l ରକ୍ତ ଦାତା ଜୀବନ ଦାତା ପରିବାର ର ସଂଯୋଜଗ ରାକେଶ ରାଉତ ଓ ବିଜୟ କୁମାର ସାହୁ ଙ୍କ ତତ୍ଵାବଧାନ ରେ ଆୟୋଜିତ ଏହି ଶିବିର କୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ସାହୁ ଓ ଡାକ୍ତର ବିରଞ୍ଚି ମହାପାତ୍ର ପରିଚାଳନା କରିବା ସହିତ ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ସହଯୋଗ କରି ଥିଲେ l ଏହି ଶିବିର ରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିର ରେ କ୍ଲବ ଦି ୟୁଥ ମାସ ର ସଭାପତି ପ୍ରକାଶ କୁମାର ଜେନା ଙ୍କ ସମେତ ରକ୍ତ ଦାତା ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
