ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ପିପିଲି ବିଜେଡି ପକ୍ଷରୁ ରାକ୍ତଦାନ ଶିବିର
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଉପଲକ୍ଷେ ପିପିଲି ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ପିପିଲି ବିଜେଡ଼ି କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ,ଓଡିଶା ମୋ ପରିବାର ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ।ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ତତ୍ୱାବଧାନ ରେ ଆୟୋଜିତ ଶିବିରରେ ବିଜେଡି ନେତା ଓ କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଏହି ଅବସରରେ ପିପିଲି-ଡେଲାଙ୍ଗ ରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହିତ ହସ୍ପିଟାଲରେ ରୋଗୀ ମାନଙ୍କୁ ଫଳ ବାଣ୍ଟିଥିଲେ ବିଧାୟକ।ଏଥିରେ ସ୍ୱେଚ୍ଛାକୃତ ଭାବେ ରାକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଉତ୍ସାହିତ କରିଥିଲେ ଅତିଥି ମାନେ।
