ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର
ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ କୋଭିଡ୍ ନିୟମ ପାଳନ କରି ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ସ୍ବାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ଯ ଅତିଥି ଭାବେ ଟିକାତାଳ ଶ୍ରୀରାମକୃଷ୍ଣ ସେବାଶ୍ରମର ଅଧ୍ଯକ୍ଷ ଶ୍ରୀମତ୍ ସ୍ବାମୀ ଭାଗବତାନନ୍ଦ ପୁରୀ ପ୍ରଥମେ ଶ୍ରୀରାମକୃଷ୍ଣ-ବିବେକାନନ୍ଦ ସେବାଶ୍ରମର ଶୁଭ ଉନ୍ମୋଚନ କରିବା ସହିତ ଆୟୋଜିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ଦାମୋଦର ସାହୁ ଯୋଗଦେଇଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ଯ ଅତିଥି ଉଦଘାଟନୀ ସମ୍ଭାଷଣ ରଖିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ବିଦ୍ଯାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ର ବ୍ଯକ୍ତି ମାନେ ରକ୍ତ ଦାନ କରିଥିଲେ।ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ସମେତ ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ନୟାଗଡ଼ ବ୍ଳଡ୍ ବ୍ଯାଙ୍କର ଡାକ୍ତର ସଂଜୟ କୁମାର ଦାଶ, ସସ୍ମିତା ଦାସ, ସରୋଜ କୁମାର ସାହୁ,ଆଶୁତୋଷ ଲେଙ୍କା,ପଞ୍ଚୁ ଦଳେଇ ଓ ପ୍ରଫୁଲ ଚନ୍ଦ୍ର ପ୍ରତିହାରୀ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ। ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପ୍ରତିବର୍ଷ ପରି ସହଯୋଗ କରିଥିଲେ।
