ଜୀବନ ଜ୍ୟୋତି ସେବା ସମିତି, ନୟାଗଡ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ,୦୪/୦୧ : ଜୀବନ ଜ୍ୟୋତି ସେବା ସମିତି, ନୟାଗଡ ତରଫରୁ ଏକ ରକ୍ତଦାନ ଶିବିର ପେରିଫେରି ସେକ୍ସନ ଢେଙ୍କେଣା fuse call centre ଚାହାଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଟିପିସିଓଡ଼ିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ Er. ସନ୍ତୋଷ କୁମାର ମହାପାତ୍ର ଉଦଘାଟନ କରିଥିଲେ ଏବଂ ସମ୍ମାନନୀୟ ଅତିଥି ଆସିଷ୍ଟାଣ୍ଟ ମ୍ୟାନେଜେର Er.ବଳଭଦ୍ର ସାମନ୍ତରାୟ , ଜୀବନ ଜ୍ୟୋତି ସେବା ସମିତି ର ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, ଏବଂ ଭାଲୁଣ୍ଟରସ ରଜତ କୁମାର ହରିଚନ୍ଦନ, ପ୍ରଦୀପ୍ତ କୁମାର ମହାପାତ୍ର , ପ୍ରଭାତ କୁମାର ସାସମଲ, ବିଦ୍ୟାଧର ବେହେରା ଏବଂ ସମାଜ ସେବି ଦାମୋଦର ସାହୁ ଉପସ୍ଥିତ ଥିଲେ। ଉକ୍ତ ରକ୍ତଦାନ ଶିବିର ସକାଳ ୯ ଘଂଟିକା ଠାରୁ ଅପରାହ୍ନ ୧ ଘଟିକା ଯାଏଁ ଚାଲିଥିଲା। ସମୁଦାୟ ୨୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

Leave a Reply

Your email address will not be published. Required fields are marked *