ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ । ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶଂକର୍ଷଣ ମଂଗରାଜଙ୍କ ଅଧ୍ୟକ୍ଷତାରେ ହରଚଣ୍ଡୀ ସାହି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପୁରୀ ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀଙ୍କ ସହାୟତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଡ.ପ୍ରଦୀପ ଚ଼ନ୍ଦ୍ର ଆଚାର୍ଯ୍ୟ ବୈଦିକ ମଗଳାଚରଣ ପାଠ କରିଥିଲେ ଓ ଅତିଥିମାନଙ୍କ ଦ୍ବାରା ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ମହିପ୍ରକାସ ମଠର ମହନ୍ତ ମହାରାଜ ଶ୍ରୀଶୁଭାନନ୍ଦ ପୁରୀ ଯୋଗଦେଇ ରକ୍ତଦାନ ଜୀବନ ଦାନ ବୋଲି କହିବା ସହ ଯୁବସମାଜ ଏହି ମହତ୍ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ପ୍ରୋ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡ. ବଳରାମ ଦାଶ୍, ଶିଶୁ ସାହିତ୍ୟର ସଂପାଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ପଣ୍ଡା, ଯୋଗଗୁରୁ ଶ୍ରୀଯୁକ୍ତ ରମାବଲ୍ଲଭ ମହାପାତ୍ର, ଫାଦର ବୁଲୁ ବିରେନ୍ଦ୍ର କୁଜୁରୁ, ସମାଜସେବୀ ଶ୍ରୀ ବୀର ଅନନ୍ତ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରକ୍ତଦାନର ଆବଶ୍ୟକତା ବିଷୟରେ କହିଥିଲେ । ଏଥିରେ ରକ୍ତ ଦାତା ଭାବେ ଅନୁଷ୍ଠାନର ସଦସ୍ୟ-ସଦସ୍ୟା ଓ ସମାଜସେବୀମାନେ ସ୍ଵେଚ୍ଛାରେ ରକ୍ତଦାନ କରିଥିଲେ । ଇତ୍ୟବସରରେ ଅନୁଷ୍ଠାନର ମାର୍ଗଦର୍ଶକ ଶ୍ରୀ ଭରତ କୁମାର ନାୟକଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାରତୀ ନାୟକଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ସ୍ମୃତିଚାରଣ କରାଯାଇଥିଲା । ସଂପାଦକ ଡ. ଶଶିକାନ୍ତ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କୋଷାଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ଆଲୋକ କୁମାର ସ୍ୱାଇଁ, ଡ. ସ୍ନେହଲତା ରଥ, କାଜଲ ପାଢୀ, ପ୍ରଜ୍ଞାନ ହୋତା, ବୈଶାଳୀ ସାହୁ, ସସ୍ମିତା ସାହୁ, ପୂର୍ଣ୍ଣିମା ମାଳା, ପ୍ରିୟଙ୍କା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ l

Leave a Reply

Your email address will not be published. Required fields are marked *