ଉତ୍କଳ ଆଲୁମିନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହଭାଗିତାରେ ରକ୍ତଦାନ ଶିବିର ଆୟୋଜିତ 229 ୟୁନିଟ୍‌‌ ରକ୍ତ ସଂଗୃହିତ

ରାୟଗଡ଼ା,୧୦/୧; ରାୟଗଡ଼଼ା ଜିଲ୍ଲା କାଶୀପୁର ବ୍ଲକ ନୂଆପଡ଼ାସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନେସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ତରଫରୁ ସ୍ଥାନୀୟ କ୍ଲବ ହାଉସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ 229 ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ। ଆଜି ଏହି ରକ୍ତଦାନ ଶିବିରକୁ ରାୟଗଡା ଅତିରୀକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ରାୟଗଡା ରମେଶ ଚନ୍ଦ୍ର ଜେନା, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, କୁଚେଇ ପଦର ସରପଞ୍ଚ ବାଙ୍ଗାରି ଦିଶାରୀ, ହାଡିଗୁଡା ସରପଞ୍ଚ ଯଦୁମଣି ମାଝୀ ପ୍ରମୁଖ ମିଳିତ ଭାବେ ଉଦଘାଟନ କରିଥିଲେ। ରାୟଗଡା ରକ୍ତ ଭଣ୍ଡାରର ଡାକ୍ତର ଗୌତମ ପଟନାୟକ, ସରୋଜକାନ୍ତ ଆଚାର୍ଯ୍ୟ , ବି. କିଶୋର କୁମାର, ଉମାକାନ୍ତ ମିଶ୍ର, ହେମନ୍ତ ନାୟକ, ଶଙ୍କର ତାଡଙ୍ଗି ଓ ଚିନ୍ମୟ ପରିଛା ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରକୁ ଉତ୍କଳ ଆଲୁମିନା କମ୍ପାନୀର ୟୁନିଟ୍‌‌ ହେଡ୍‌‌ ରବି ନାରୟଣ ମିଶ୍ର, ମାନବ ସମ୍ବଳ ବିଭାଗର ମୁଖ୍ୟ ନାରାୟଣ ମିତ୍ରା, କମ୍ପାନୀର ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, କମ୍ପାନୀର ଲୋକ ସମ୍ପର୍କ ବିଭାଗ ମୁଖ୍ୟ ପିତାମ୍ବର ବେହେରା, ସହଯୋଗୀ ଅମଜାଦଅଲ୍ଲୀ, ସିଏସଆର ବିଭାଗର ମନୋଜ ଦାସ, ସୁଶାନ୍ତ ଦାସ, ବିନୋଦ ପୂଜାରୀ, ଦୀଗନ୍ତ ମାହାନ୍ତି, ରୂପେନ ପଟନାୟକ, କାର୍ତ୍ତିକ ସାହୁ, ସୌମଜ୍ୟଜିତ ସ୍ବାଇଁ, ସୁଧୀର ନାୟକ, ମ‌ୋହିନୀ ନାୟକ, ରଞନ କର, ଆଶିଷ ସାହୁ, ଗଜେନ୍ଦ୍ର ନାୟକ,

ସତ୍ୟଭାମା ନାୟକ, ମୌସୁମୀ ଦାସ, ସୁସ୍ମିତା ଖୋସଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ରକ୍ତ ଅଭାବରୁ କୌଣସି ବ୍ୟକ୍ତିଙ୍କ ଜୀବନ ହାନି ନହେବା ପାଇଁ ଶପଥ ପାଠ କରିଥିଲେ। ଏହି ଅବସରରେ ଉଦ‌ବୋଧନ ଦେଇ ୟୁନିଟ ହେଡ ଶ୍ରୀ ରବିନାରାୟଣ ମିଶ୍ର କହିଛନ୍ତି ଯେ, ରକ୍ତଦାନ ମହତ ଦାନ, ଉତ୍କଳ ଆଲୁମିନା ଏହାର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଓ ପ୍ରଭାବିତ ଅଞ୍ଚଳବାସୀଙ୍କ ଅର୍ଥନୈତିକ ଓ ସମାଜ କଲ୍ୟାଣ କାର୍ଯ୍ୟ କରିଆସୁଛି । ଏହି କ୍ରମରେ କାଶୀପୁର ଏବଂ ରାୟଗଡା ଜିଲ୍ଲାରେ ରକ୍ତହିନତା ଭୋଗୁଥିବା ରୋଗୀଙ୍କୁ ସାହାଯ୍ୟ କରିବା ଉଦେଶ୍ୟରେ ଏହି ସ୍ବେଛାକୃତ ରକ୍ତଦାନ ଉତ୍କଳ ଆଲୁମିନା ସିଏସଆର ତରଫରୁ ଆୟୋଜିତ ହୋଇଛି । ତେଣୁ ସ୍ୱଇଚ୍ଛାରେ ଏହି ମହତ କାର୍ଯ୍ୟ ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଶ୍ରୀ ମିଶ୍ର ଆହ୍ବାନ ଦେଇଥିଲେ । ସେହିପରି ଏହି ରକ୍ତଦାନ ଶିବିର ଉଦ୍ଘାଟନ ଅବସରରେ ପ୍ରତିକ୍ରିୟା ଦେଇ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ କହିଛନ୍ତି ଯେ, ଉତ୍କଳ ଆଲୁମିନା ସର୍ବଦା ସମାଜ ମଙ୍ଗଳ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିଛି । ଏହି ପରିପ୍ରେକ୍ଷୀରେ ରକ୍ତଦାନ ଶିବିର ଆୟୋଜନ କରି ରୋଗଗ୍ରସ୍ତ ଲୋକଙ୍କୁ ଆବଶ୍ୟକ ସ୍ଥଳେ ରକ୍ତ ଯୋଗାଇଦେବା ଭଳି ଉଦେଶ୍ୟ ପାଇଁ କାରଖାନା କତୃପକ୍ଷଙ୍କୁ ଭୂୟୁସି ପ୍ରଶଂସା କରିଥିଲେ ଅନୁରୂପ ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ଅନୁରୂପ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *