ପାଟସୁନ୍ଦରପୁରରେ ମେଗା ରକ୍ତଦାନ ଶିବିର ” ମିତ ପାଇଁ ରକ୍ତଦାନ”
କାକଟପୁର,୧୬.୦୨ କାକଟପୁର ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରେ ଥିବା ବାବା ସୁନ୍ଦରେଶ୍ୱର ମହାଦେବଙ୍କ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଅବସରରେ ଜ୍ୟୋତିବ୍ରହ୍ମା ଆଡଭାନ୍ସିଂ କ୍ଲବ୍, ଓଡ଼ିଶା ଭିଏଲ୍ଇ ୟୁନିୟନ ପୁରୀ ଜିଲ୍ଲା ଓ ଆମ ଓଡ଼ିଶା ମିଳିତ ସହଯୋଗରେ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ମିତ ପାଇଁ ରକ୍ତଦାନ ଉଦ୍ଦେଶ୍ୟ ନେଇ ରକ୍ତ ଅଭାବରୁ କାହାରିକୁ ମରିବାକୁ ନଦେବା ଚିନ୍ତାଧାରା ନେଇ ଗ୍ରାମର ଯୁବପିଢି ମାନେ ଏପରି ଶିବିର ଆୟୋଜନ କରିଥିଲେ। ଏଥିରେ ଯୁବକ, ଯୁବତୀ ଓ ମହିଳା ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ। ୫୨ ଜଣ ଜୀବନଦାତା ମାନେ ରକ୍ତ ଦାନ କରିଥିଲେ। କଟକ ମେଡ଼ିକାଲ ଟିମ୍ ଆସି ଦିବା ୧୦ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ କରି ରକ୍ତଦାତା ମାନେ ଖୁସି ଅନୁଭବ କରିବା ସହିତ ଅନ୍ୟକୁ ରକ୍ତଦାନ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷରେ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉତ୍ସାହିତ ହୋଇ ଆଗକୁ ଅନେକ ସାମାଜିକ କାର୍ଯ୍ୟ ସହ ରକ୍ତଦାନ ଓ ସ୍ବାସ୍ଥ୍ୟ ଶିବିର ଆଦି ବ୍ୟବସ୍ଥା କରାଯିବ ବୋଲି ମତ ଦେଇଥିଲେ।
କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍
