ବଳିଦାନୀ କରସେବକ ମାନଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର

ଭଦ୍ରକ :୦୨/୧୧ – ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ଆଜି ‘ ହୃତାତ୍ମା ଦିବସ ’ ଅବସରରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ୧୯୯୦ ନଭେମ୍ବର ୨ ତାରିଖଦିନ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମୁକ୍ତ ଆନ୍ଦୋଳନରେ ଶାନ୍ତିପୂର୍ଷ ଭାବେ ଭଜନ କୀର୍ତ୍ତନ କରୁଥିବା କରସେବକ ମାନଙ୍କ ଉପରେ ତତ୍କାଳୀନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମୁଲାୟାମ ସିଂଙ୍କ ଆଦେଶରେ ବର୍ବରତାପୂର୍ଣ୍ଣ ଭାବେ ସେଠାକାର ପୋଲିସ ଆବୁଜା ଗୁଳି ଚଳାଇଥିଲା । ଯେଉଁଥିରେ ପଶ୍ଚିମବଙ୍ଗରୁ ଅଯୋଧ୍ୟା ଯାଇଥିବା ବଜରଙ୍ଗ ଦଳର ଦୁଇଭାଇ ରାମ କୋଠାରୀ ଓ ଶରତ କୋଠାରୀ ସମେତ ଶତାଧୁକ କାର୍ଯ୍ୟକର୍ତ୍ତା ନିହତ ହୋଇଥିଲେ । ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ମନ୍ଦିର ଉଦ୍ଦେଶ୍ୟରେ ଆହୁତି ହୋଇଥିବା ସେ ଦିନର ପ୍ରତ୍ୟେକ ରାମ ସେବକ ମାନଙ୍କୁ ପ୍ରତିବର୍ଷ ଶ୍ରଦ୍ଧାଞ୍ଜଳୀ ଦେବାକୁ ବଜରଙ୍ଗ ଦଳ ତରଫରୁ ଉକ୍ତ ଦିବସକୁ ହୃତାତ୍ମା ଦିବସ ରୂପେ ପାଳନ କରି ଉକ୍ତ ଦିନ ସମ୍ପୂର୍ଣ୍ଣ ଭାରତ ବର୍ଷରେ ରକ୍ତ ଦାନ କରିଆସୁଛି । ଆୟୋଜିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇଥିଲେ । ଆଜି ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ବିଶ୍ବ ହିନ୍ଦୁ ପରିଷଦ ବିଭାଗ ସମ୍ପାଦକ ବିଜୟ ସିହ୍ନା , ନିରଞ୍ଜନ ସାହୁ , ବିଜୟ ବାରିକ , କୈଳାସ ସାହୁ , ବିଜୟ ନାୟକ , ଦୁର୍ଗାବାହିନୀର ପ୍ରାନ୍ତ ସହ ସଂଯୋଜିକା ସିପ୍ରା ରାଉତ , ମାତୃଶକ୍ତିର ସରୋଜିନୀ ଦାସ , ବଜରଙ୍ଗ ଦଳର ବିଭାଗ ସଂଯୋଜକ ବିପିନ ବିହାରୀ ପଣ୍ଡା , ବ୍ରହ୍ମାନନ୍ଦ ସାହୁ , କ୍ଷୀତିଶ ରାଉତ , ଦେବାଶିଷ ରାଉତ , ରଥକିଶୋର ସାମଲ , ଜୟପ୍ରକାଶ ପତି , ମନ୍ମଥ ନାୟକ , ରଞ୍ଜନ ମଲ୍ଲିକ , ପୁନିଲ ସାମନ୍ତ , ମହେଶ୍ଵର ବେହେରା , କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବଜରଙ୍ଗ ଦଳର ଭଦ୍ରକ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ବୋଲି ନଗର ସହ ସଂଯୋଜକ ସନ୍ତୋଷ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *